ବେଜିଂ: ଚୀନର ଅନଲାଇନ୍ ଦୋକାନଗୁଡ଼ିକରେ ବ୍ୟାଙ୍କର ମାଟି ବିକ୍ରୀ କରାଯାଉଛି। କାରଣ ଏହା ଧନ ଏବଂ ସୌଭାଗ୍ୟ ଆଣିପାରେ ବୋଲି ଦାବି କରାଯାଉଛି।
ଏହାର ମୂଲ୍ୟ ପ୍ରତି ସେୟାର ୮୮୮ ୟୁଆନ। ଭାରତୀୟ ମୁଦ୍ରାରେ ଯାହାର ଦାମ ରହିଛି ୧୦ ହଜାର ଟଙ୍କା। ଏହି ଉତ୍ପାଦ ଗୁଡିକ ବ୍ୟାଙ୍କ ଲବିରେ ଥିବା କୁଣ୍ଡର ଗଛ କିମ୍ବା ରାସ୍ତା ମାଟିରୁ ସଂଗ୍ରହ କରାଯାଉଥିବାର ଜଣାପଡିଛି।
ଜଣେ ଅନଲାଇନ୍ ବିକ୍ରେତା ଚାରି ପ୍ରକାରର ମାଟି ପ୍ରଦାନ କରୁଛନ୍ତି ଯାହାକି ପାଞ୍ଚଟି ପ୍ରମୁଖ ବ୍ୟାଙ୍କର। ବ୍ୟାଙ୍କ ଅଫ୍ ଚାଇନା, ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ୍ କମର୍ସିଆଲ୍ ବ୍ୟାଙ୍କ ଅଫ୍ ଚାଇନା, ଏଗ୍ରିକଲ୍ଚରାଲ୍ ବ୍ୟାଙ୍କ ଅଫ୍ ଚାଇନା, ଚାଇନା କନଷ୍ଟ୍ରକ୍ସନ୍ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ କମ୍ୟୁନିକେସନ୍ସରୁ ସଂଗ୍ରହ କରାଯାଉଛି।
ତେବେ ଏଥିମଧ୍ୟରୁ ସବୁଠାରୁ ଶସ୍ତା ଖଣ୍ଡର ମୂଲ୍ୟ ହେଉଛି ୨୪ ୟୁଆନ୍ (୨୮୮ ଟଙ୍କା)। କିଛି ବିକ୍ରେତା ଏହା ଧନ ସମ୍ପତ୍ତି ବଢିବାରେ ୯୯ ପ୍ରତିଶତ ସଫଳତା ହାସିଲ କରିଥିବା ଦାବି କରିଛନ୍ତି।ଲୋକ ମାନେ ଏହାକୁ ଟଙ୍କା ଦେଇ କିଣୁଛନ୍ତି ଏବଂ ଏହା କାମ କରୁଛି ବାଲି ମଧ୍ଯ ଦାବି କରାଯାଉଛି। ଏହି ପାଞ୍ଚଟି ପ୍ରମୁଖ ବ୍ୟାଙ୍କରୁ ସଂଗ୍ରହ ହେଇଥିବା ମାଟି ଦ୍ୱାରା ସମ୍ପତ୍ତି ବୃଦ୍ଧି ହେବା ସହ ଏହା ଖରାପ ଶକ୍ତିକୁ ଦୂରେଇ ରଖେ ବୋଲି ବିଶ୍ୱାସ କରୁଛନ୍ତି ସ୍ଥାନୀୟ ବାସିନ୍ଦା।
ଜେଜିନ୍ ଲ ଫାର୍ମର ଜଣେ ଓକିଲ ଫୁ ଜିଆନ୍ ଏକ ଗଣମାଧ୍ୟମ ସଂସ୍ଥାକୁ କହିଛନ୍ତି ଯେ ଯଦି ବ୍ୟବସାୟୀମାନେ ବ୍ୟାଙ୍କ ବାହାରୁ ମାଟି ଆଣି ମିଥ୍ୟା ଦାବି କରି ମାଟି ବିକ୍ରି କରୁଥିବେ ତା ହେଲେ ଏହାକୁ ଠକ ବୋଲି ବିବେଚନା କରାଯିବ। ଯାହାଫଳରେ ଗ୍ରାହକମାନେ ନିଜର ଟଙ୍କା ଫେରସ୍ତ ମଧ୍ଯ ମାଗିପାରିବେ। ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ୟୁଜର୍ସମାନେ ଭିନ୍ନଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।