Latest Odisha News

BREAKING NEWS

ଖୁବଶିଘ୍ର ସମସ୍ତ ସ୍କୁଲରେ କାର୍ଯ୍ୟକାରୀ ହେବ ‘ଅନଲାଇନ୍ ଆଟେଣ୍ଡାଣ୍ଟସ୍ ସିଷ୍ଟମ’: ମନ୍ତ୍ରୀ

ଭୁବନେଶ୍ୱର: ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସମେତ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ନିୟମିତ ଉପସ୍ଥାପନ ତଦାରଖ କରିବ ଏବେ ‘ଅନଲାଇନ୍ ଆଟେଣ୍ଡାଣ୍ଟସ୍ ସିଷ୍ଟମ’ । ଓଡ଼ିଶାର ସମସ୍ତ ସରକାରୀ ବିଦ୍ୟାଳୟମାନଙ୍କରେ ଏହି ପ୍ରକ୍ରିୟା ଖୁବଶିଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି ଏବଂ ସରକାର ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଗଣମାଧ୍ୟମକୁ ସୂଚନାଦେଇ ଶୁକ୍ରବାର ଦିନ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଅନଲାଇନ୍ ଆଟେଣ୍ଡାଣ୍ଟସ୍ ସିଷ୍ଟମ ମାଧ୍ୟମରେ ଶିକ୍ଷା ବିଭାଗ ଦୈନିକ ଛାତ୍ରଛାତ୍ରୀମାନଙ୍କ ସମେତ ସମସ୍ତ ବିଦ୍ୟାଳୟଗୁଡ଼ିକରେ ଥିବା ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ ଉପସ୍ଥାନ ଲୋକସେବା ଭବନରୁ ସିଧାସଳଖ ଦେଖିପାରିବେ ।

ପ୍ରଥମେ ଏହା ଏକ ପାଇଲଟ୍ ପ୍ରୋଜେକ୍ଟ ଭାବେ ସମସ୍ତ ଜିଲ୍ଲାଗୁଡ଼ିକରେ ଆରମ୍ଭ ହେବାକୁ ଯାଉଛି । ପରେ ପରେ ରାଜ୍ୟର ସମସ୍ତ ସ୍କୁଲଗୁଡ଼ିକରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଯିବ ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।

ମନ୍ତ୍ରୀ ଏସମ୍ପର୍କରେ ଆହୁରିମଧ୍ୟ କହିଛନ୍ତି ଯେ, ରାଜ୍ୟର ଶ୍ରେଷ୍ଠ ୧୦୦ଟି ସ୍କୁଲରେ ପ୍ରଥମେ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଚଳିତ ଶିକ୍ଷାବର୍ଷଠାରୁ ମଧ୍ୟ ୧୦୦ଟି ବିଦ୍ୟାଳୟରେ ‘ସ୍ପୋକେନ ଇଂଲିଶ’ ଏବଂ ‘କମ୍ପ୍ୟୁଟର୍’ କ୍ଲାସ ଆରମ୍ଭ ହେବାକୁ ଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.