ବାରାଣାସୀ: ଏବେକାର ଯୁବ ପିଢ଼ୀଙ୍କ ପାଖରେ ସମ୍ପୂର୍ଣ୍ଣ ୩୨ ଦାନ୍ତ ରହୁ ନାହିଁ । ଧିରେ ଧିରେ ଏହା ୨୮କୁ ଖସି ଆସୁଛି ବୋଲି ବାରାଣାସୀ କାଶୀ ହିନ୍ଦୁ ବିଶ୍ୱ ବିଦ୍ୟାଳୟର ଡେଂଟାଲ ସାଇନ୍ସର ଫ୍ୟାକଲ୍ଟି ଟିପି ଚର୍ତୁବେଦୀ କହିଛନ୍ତି । ତାଙ୍କ ଓପିଡିକୁ ଆସୁଥିବା ଯୁବକମାନଙ୍କୁ ଅନୁଧ୍ୟାନ କରିବା ପରେ ୨୫ ପ୍ରତିଶତକଙ୍କ ପାଖରେ ସମ୍ପୂର୍ଣ୍ଣ ୩୨ ଦାନ୍ତ ଉଠୁ ନାହିଁ ବୋଲି ସେ ତାଙ୍କ ଷ୍ଟଡିରେ କହିଛନ୍ତି । ଯାହାର ଉଠୁଛି ତାହା ବ୍ୟବହାର ଯୋଗ୍ୟ ହୋଇପାରୁ ନାହିଁ । ୧୮ରୁ ୨୫ ବର୍ଷ ମଧ୍ୟରେ ୨୯ରୁ ୩୨ ପର୍ଯ୍ୟନ୍ତ ଦାନ୍ତ ଉଠିଥାଏ । ଏହାକୁ ଥାର୍ଡ ମୋଲାର ଟିଥ କୁହାଯାଏ । ଏହାକୁ ୱିଜଡମ ଟିଥ ବା ଜ୍ଞାନର ଦାନ୍ତ ମଧ୍ୟ କୁହାଯାଏ । ଏବେ ଏହି ଦାନ୍ତ ଉଠୁ ନାହିଁ । ଅଧିକାଂଶ ମାଢ଼ି ତଳେ ରହିଯାଉଛି ।
କମ ଦାନ୍ତ ଯୋଗୁ ଯୁବ ପିଢ଼ୀଙ୍କ ଚୋବାଇବାରେ ମଧ୍ୟ ଅସୁବିଧା ହେଉଛି ବୋଲି ସେ କହିଛନ୍ତି । ଯଦି ଏହି ଭଳି ଜାରୀ ରହେ ତାହାହେଲେ ଆଗାମୀ ୫୦୦୦ ବର୍ଷ ମଧ୍ୟରେ ମଣିଷର ଏହି ଅଙ୍ଗ ଏକ ପ୍ରକାର ଲୋପ ପାଇଯିବ । କମ ଦାନ୍ତ ଯୋଗୁ ମୁହଁର ଓସାର ମଧ୍ୟ କମିଯାଉଛି ବୋଲି ଷ୍ଟଡିରେ ଉଲ୍ଲେଖ ରହିଛି ।
Comments are closed.