Latest Odisha News

ବଜ୍ରକାପ୍ତା ଡିଲ୍ ବେଳେ ମାଡିବସିଲା STF: ୧୧ କେଜି କାତି ଜବତ

ବୌଦ୍ଧ: ବଜ୍ରକାପ୍ତା ଡିଲ୍ ବେଳେ ମାଡିବସିଲା ଏସଟିଏଫ୍ । ବୌଦ୍ଧ ବନ ବିଭାଗ ଓ ଏସଟିଏଫର ମିଳିତ ରେଡ୍‌ରେ ବଜ୍ରକାପ୍ତା କାତି ଜବତ ହୋଇଛି। ବୌଦ୍ଧ ଥାନା ଜଗନ୍ନାଥ ରୋଡ୍ ସ୍ଥିତ ବଘାରପାଲି ଛକରୁ ୧୧କେଜି ବଜ୍ରକାପ୍ତା କାତି ଜବତ ହୋଇଛି । ଏହି ଘଟଣାରେ ଜଣେ ବଜ୍ରକାପ୍ତା ବେପାରୀ ପ୍ରଦୋଶ ମହାକୁଡ଼କୁ  ଗିରଫ କରାଯାଇଛି ।

ସେହିପରି ଆଉ ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର ପରେ ବୌଦ୍ଧ ଡିଏଫଓଙ୍କୁ ହସ୍ତାନ୍ତର କରାଯାଇଛି । ୨୦୨୦ ସୁଦ୍ଧା ୨୭ ବାଘ ଛାଲ, ୧୮ ହାତୀ ଦାନ୍ତ, ୭ଟି ହରୀଣ ଛାଲ, ୧୩ଟି ଜୀବନ୍ତ ବଜ୍ରକାପ୍ତା, ୩୦ କେଜି ୪ଶହ ଗ୍ରାମ ବଜ୍ରକାପ୍ତା କାତି , ୨ଟି ବାଘ ଦାନ୍ତ, ୨୯ ବାଘ ପଞ୍ଝା ଓ ୪୬ ଜୀବନ୍ତ ଶୁଆ ଜବତ ହୋଇଛି । ୬୬ ଜଣ ଜଙ୍ଗଲ ତସ୍କରଙ୍କୁ ଗିରଫ କରାଯାଇଛି।

Leave A Reply

Your email address will not be published.