ଭୁବନେଶ୍ୱର: ଭଗବାନଙ୍କ ଲୀଳା ବିଚିତ୍ର । ଏହାର ଏକ ଉଦାହରଣ ହେଲା ପୋଲାଣ୍ଡର ମେଜେସ୍କେ ଆନ୍ଦ୍ରେଜେନେସ୍କି । ଏହି ଗ୍ରାମରେ ଦୀର୍ଘ ୧୨ ବର୍ଷ ହେବ ପୁଅ ଜନ୍ମ ଜନ୍ମ ହେଉ ନାହାନ୍ତି । ବିଶ୍ୱାସ ନ ହେଲେ ବି ଘଟଣାଟି ସତ୍ୟ । ଏପରିକି ସ୍ଥାନୀୟ ସରକାର ଏହି ଗ୍ରାମରେ ଯେଉଁ ପରିବାରରେ ପୁଅ ଜନ୍ମ ହେବ ତାଙ୍କୁ ପରସ୍କାର ଦିଆଯିବ ବୋଲି ଘୋଷଣା କରିଥିଲେ । ବୈଜ୍ଞାନିକଙ୍କଠାରୁ ବିଭିନ୍ନ ଗବେଷକମାନେ ଏହାର ରହସ୍ୟ ଉଜାଗର କରିପାରି ନାହାନ୍ତି । ଗ୍ରାମରେ ୩୦୦ ପରିବାର ରୁହନ୍ତି ।
ଥରେ ଏକ ଯୁବ ସ୍ୱେଚ୍ଛାସେବୀ ଗୋଷ୍ଠୀ ବିଭିନ୍ନ ଗ୍ରାମକୁ ନେଇ ଏକ ପ୍ରତିଯୋଗିତା ୍ରାୟୋଜନ କରିଥିଲେ । ଏହି ଗ୍ରାମର ସମସ୍ତ ମହିଳା ପ୍ରତିଯୋଗୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ଏହି ଖବର ପ୍ରସାରିତ ହେବା ପରେ ଗ୍ରାମର ଏହି ରହସ୍ୟ ବିଷୟରେ ସାଧାରଣ ଲୋକ ଅବଗତ ହୋଇଥିଲେ । ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ପୂର୍ବରୁ ସବୁ କିଛି ଠିକଠାକ ଥିଲା । ମାତ୍ର ୧୨ ବର୍ଷ ହେବ ପୁତ୍ର ସନ୍ତାନ ଜନ୍ମ ହେଉ ନାହାନ୍ତି ।
Comments are closed.