Latest Odisha News

BREAKING NEWS

ଆଜିଠୁ ୧୮ରୁ ୪୪ ବର୍ଷ ଯାଏ ଟିକାକରଣ: ଟିକା ଦେଇପାରିବେ କେବଳ ଏହି ୬ଟି ରାଜ୍ୟ

ନୂଆଦିଲ୍ଲୀ: ଦେଶରେ ଆଜିଠୁ ତୃତୀୟ ପର୍ଯ୍ୟାୟ ଟିକାକରଣ । ୧୮ବର୍ଷରୁ ୪୪ ବର୍ଷ ମଧ୍ୟରେ ସମସ୍ତଙ୍କୁ ଦିଆୟିବ ଟିକା । କିନ୍ତୁ ଅଧିକାଂଶ ରାଜ୍ୟରେ ଏହି ବର୍ଗର ଲୋକଙ୍କୁ ଆଜିଠୁ ଆରମ୍ଭ ହୋଇ ପାରିନି ଟିକାକରଣ । କାରଣ ରାଜ୍ୟଗୁଡ଼ିକୁ ଟିକା ଯୋଗାଇ ପାରି ନାହାନ୍ତି କମ୍ପାନୀ । କେବଳ ୬ଟି ରାଜ୍ୟ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ଓଡ଼ିଶା ଓ ଗୁଜରାଟ ଆଜିଠୁ ୧୮ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ କରିପାରିବେ । ଏସବୁ ଜିଲ୍ଲାର ହାତଗଣତି କେତୋଟି ଜିଲ୍ଲାରେ କେବଳ ଟିକା ଦିଆଯିବ ।

ଅଧିକ ପ୍ରଭାବିତ ମହାରାଷ୍ଟ୍ରକୁ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଗତକାଲି ମିଳିଛି ତିନି ଲକ୍ଷ ଡୋଜ୍ କୋଭିସିଲ୍ଡ ମିଳିଛି । ଏଥିରୁ ପୁଣେ, ମୁମ୍ୱାଇ ଓ ଥାନେକୁ ୨୦ ହଜାର ଡୋଜ୍ ଲେଖାଏ ଦିଆଯାଇଛି । ଅନ୍ୟ ଜିଲ୍ଲାଗୁଡ଼ିକୁ ୩ହଜାରରୁ ୧୦ ହଜାର ଡୋଜ୍ ଲେଖାଏଁ ଦିଆଯାଇଛି । ମହାରାଷ୍ଟ୍ରରେ ୧୮ରୁ ୪୪ବର୍ଷ ଲୋକଙ୍କ ପାଇଁ ୧୨ କୋଟି ଟିକା ଦରକାର ।Corona Vaccination In India Left With Vaccine Stocks For Just Few Days Says 5 StateImage Courtesy: NDTV
ଉତ୍ତରପ୍ରଦେଶର ୭୫ଟି ଜିଲ୍ଲାରୁ ଆଜି କେବଳ ୭ଟି ଜିଲ୍ଲାରେ ୧୮ବର୍ଷରୁ ଅଧିକ ଲୋକଙ୍କୁ ଦିଆଯିବ ଟିକା । ଲକ୍ଷ୍ନୌ, କାନପୁର, ପ୍ରୟାଗରାଜ, ବାରଣାସୀ, ଗୋରଖପୁର, ମିରଟ ଓ ବରେଲୀରେ ପ୍ରାଥମିକ ପର୍ଯ୍ୟାୟରେ ଟିକା ଦିଆଯିବ । ସେହିପରି ରାଜସ୍ଥାନରେ ୩୩ ଜିଲ୍ଲାରୁ କେବଳ ୩ଟି ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ଟିକାକରଣ ହେବ । ଆଜମେର, ଯୋଧପୁର ଓ ଜୟପୁର ପାଇଁ ପହଞ୍ଚିଛି ତିନି ଲକ୍ଷ ଡୋଜ୍ ଟିକା ଆସିଛି ।

ଗୁଜରାଟରେ ୩୩ ଜିଲ୍ଲାରୁ ଆଜି ୧୦ଟି ଜିଲ୍ଲାରେ ୧୮ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ କରାଯିବ । ଅଧିକ ସଂକ୍ରମିତ ଜିଲ୍ଲାରେ ପ୍ରଥମେ ଦିଆଯିବ ଟିକା । ଓଡ଼ିଶା ସରକାର ଗତକାଲି ଦେଢ଼ ଲକ୍ଷ ଡୋଜ୍ କୋଭାକ୍ସିନ୍ ଟିକା ପାଇଛନ୍ତି । ଭୁବନେଶ୍ୱରରେ ଆସନ୍ତା ୩ ତାରିଖରୁ ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଆରମ୍ଭ ହୋଇପାରେ ଟିକାକରଣ । ଛତିଶଗଡ଼କୁ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ମିଳିଛି ଦେଢ଼ କୋଟି ଡୋଜ୍ କୋଭାକ୍ସିନ୍ ଟିକା । କିଛି ରାଜ୍ୟରେ ଟିକା ପହଞ୍ଚି ନଥିବାରୁ ଆଜିଠାରୁ ଆରମ୍ଭ ହୋଇ ପାରିନି ତୃତୀୟ ପର୍ଯ୍ୟାୟ ଟିକାକରଣ । ଆଉ କିଛି ଦିନ ବିଲମ୍ବ ଆଶା କରାଯାଉଛି ।

Leave A Reply

Your email address will not be published.