Latest Odisha News

BREAKING NEWS

ଆଜି ଭାରତ ପହଞ୍ଚିପାରେ ସ୍ପୁଟ୍‌ନିକ-ଭିର ପ୍ରଥମ ଡୋଜ

ନୂଆଦିଲ୍ଲୀ: ଆଜି ଭାରତକୁ ଆସିପାରେ ରୁଷିଆ ଟିକା ସ୍ପୁଟ୍‌ନିକ-ଭି ପ୍ରଥମ ଡୋଜ। କରୋନାଭାଇରସ୍ ରୋଗ ବିରୁଦ୍ଧରେ ରୁଷିଆରେ ନିର୍ମିତ ଟିକା ଗ୍ରହଣ କରିବାକୁ ଯାଉଛି। କାରଣ ଦେଶରେ କୋଭିଡ୍-୧୯ ରୋଗ ଏବଂ ମୃତ୍ୟୁ ସଂଖ୍ୟା ବଢିଚାଲିଛି ଏବଂ ଗତ ୯ ଦିନ ଧରି ଦେଶରେ ୩ ଲକ୍ଷରୁ ଅଧିକ ନୂତନ ସଂକ୍ରମଣ ରିପୋର୍ଟ ହୋଇଛି।

(ଆରଡିଏଫ୍) ର ମୁଖ୍ୟ କିରିଲ ଡିମିତ୍ରିଭ ଏହି ସପ୍ତାହ ପୂର୍ବରୁ କହିଥିଲେ ଯେ ଯେ ଟିକା ର ପ୍ରଥମ ମାତ୍ରା ଶନିବାର ଦିନ ଭାରତ ପହଞ୍ଚିବ।

ରିପୋର୍ଟ ଅନୁଯାୟୀ “ପ୍ରଥମ ଡୋଜ ମେ ୧ ରେ ବିତରଣ କରାଯିବ। ତେବେ ପ୍ରଥମ ବ୍ୟାଚ୍‌ରେ କେତେ ଟିକା ରହିବ କିମ୍ବା କେଉଁଠାରେ ପ୍ରସ୍ତୁତ କରାଯିବ ସେ ଏ ବିଷୟରେ କୌଣସି କଥା ପ୍ରକାଶ କରି ନାହାଁନ୍ତି। ସେ ଆଶା ବ୍ୟକ୍ତ କରିଛନ୍ତି ଯେ କୋଭିଡ-୧୯ ର ଦ୍ୱିତୀୟ ତରଙ୍ଗ ଦ୍ବାରା ସୃଷ୍ଟି ହୋଇଥିବା ସଙ୍କଟକୁ ହ୍ରାସ କରିବାରେ ରୁଷ୍‌ ନିର୍ମିତ ଟିକା ଭାରତକୁ ସାହାଯ୍ୟ କରିବ।

Leave A Reply

Your email address will not be published.