Latest Odisha News

BREAKING NEWS

ଖସୁଛି ପାରଦ, ୫ ତାରିଖରୁ ରାଜ୍ୟରେ ବଢ଼ିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ଏବେ ବର୍ଷା ସମ୍ଭାବନା ନାହିଁ । ଆଗାମୀ ଦୁଇ ତିନି ଦିନ ପାଗ ଶୁଖିଲା ରହିବ । ରାତିରେ ଖସୁଛି ପାରଦ । ଆଗକୁ ରାଜ୍ୟରେ ବଢିପାରେ ଶୀତ । ଆସନ୍ତା ୫ ତାରିଖରୁ ହାଡ଼ଭଙ୍ଗା ଶୀତ ହୋଇପାରେ । କିଛି ସ୍ଥାନରେ ତାପମାତ୍ରା ୪ ଡିଗ୍ରୀ ତଳକୁ ହ୍ରାସ ପାଇବା ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଭ୍ୟନ୍ତରୀଣ ଓଡିଶାରେ ପାରଦ ପ୍ରାୟ ୧୬ ଡିଗ୍ରୀ ରହୁଥିବା ବେଳେ ଉପକୂଳରେ ୨ରୁ ୩ ଡିଗ୍ରୀ ଅଧିକ ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ଡାପମାତ୍ରା ସ୍ୱାଭାବିକଠାରୁ ୧-୨ ଡିଗ୍ରୀ କମ୍ ରେକର୍ଡ କରାଯାଇଛି । ଆଗକୁ ଶୀତ ବଢ଼ିବା ସମ୍ଭାବନା ରହିଛି ।

ଏବେ ରାଜ୍ୟରେ ବଡ ବର୍ଷାର ସମ୍ଭାବନା ନାହିଁ । ସେପଟେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ ବଳୟ । ତେବେ ଓଡ଼ିଶାରେ ଏହାର ପ୍ରଭାବ ପଡିବ ନାହିଁ ।

Leave A Reply

Your email address will not be published.