Latest Odisha News

ବ୍ଲୁଷ୍ଟାର ଅପରେଶନର ୩୬ ବର୍ଷ ପୂରଣ ଅବସରରେ ଖଲିସ୍ତାନ ସପକ୍ଷରେ ସ୍ଲୋଗାନ

ଅମୃତସର: ପଞ୍ଜାବର ସ୍ୱର୍ଣ୍ଣମନ୍ଦିରରେ ଶନିବାର ଅକଳା ତଖତରେ ବ୍ଲୁଷ୍ଟାର ଅପେରେଶନର ୩୬ ବର୍ଷ ପୂରଣ ପାଳନ କରାଯାଉଥିଲା । ତେବେ ଇମନ ସିଂଙ୍କ ନେତୃତ୍ୱରେ କେତେକ ଲୋକ ଖଲିସ୍ତାନ ସପକ୍ଷରେ ସ୍ଲୋଗାନ ଦେଇଥିଲେ । ଫଳରେ ପରିସ୍ଥିତି ଉତେଜନାପୂର୍ଣ୍ଣ ହୋଇଥିଲା । ଇମନ ଶିରୋମଣି ଅକାଳୀ ଦଳ ଅଧ୍ୟକ୍ଷ ସିମନରଜିତ ସିଙ୍କ ପୁଅ ।

ସୂଚନାଯୋଗ୍ୟ, ୧୯୮୪ ଜୁନ ୩ରୁ ୬ ମଧ୍ୟରେ ବ୍ଲୁଷ୍ଟାର ଅପେରେଶନ ହୋଇଥିଲ । ଖଲିସ୍ତାନ ସପକ୍ଷବାଦୀଙ୍କୁ ହଟାଇବା ନେଇ ଆରମ୍ଭ ହୋଇଥିବା ଉଦ୍ୟମରେ ସ୍ୱର୍ଣ୍ଣ ମନ୍ଦିରରେ ରକ୍ତାକ୍ତମୟ ପରିବେଶ ସୃଷ୍ଟି ହୋଇଥିଲା । ଏଥିରେ ୪୯୨ ଜଣ ଲୋକ ମୃତ୍ୟୁବରଣ କରିଥିଲେ । ସେନାଧ୍ୟକ୍ଷ ଅରୁଣ କୁୂମାର ବୈଦ ଓ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏଭଳି ଘଟଣା ଘଟିଯିବ ବୋଲି ଭାବି ନ ଥିଲେ । ଘଟଣା ପରେ ଇନ୍ଦିରା ଗାନ୍ଧୀ ମର୍ମାହତ ହୋଇ ପଡିଥିଲେ ।

Leave A Reply

Your email address will not be published.