Latest Odisha News

BREAKING NEWS

ଜୁନ୍ ୧୦ରୁ ବନ୍ଦେ ଭାରତ ମିଶନ ତୃତୀୟ ପର୍ଯ୍ୟାୟ, ବୁକିଂ ଆରମ୍ଭରୁ ୱେବ ସାଇଟ କ୍ରାସ

ନୂଆଦିଲ୍ଲୀ : ଆସନ୍ତା ୧୦ ତାରିଖରୁ ଏୟାର ଇଣ୍ଡିଆ ପକ୍ଷରୁ ବନ୍ଦେ ଭାରତ ମିଶନର ୩ୟ ପର‌୍ୟ୍ୟାୟ ଆରମ୍ଭ ହେବ । ଏନେଇ ଘୋଷଣା ହୋଇଛି। ୩ୟ ପର‌୍ୟ୍ୟାୟରେ ଆମେରିକା ଓ ବ୍ରିଟେନରେ ଫସିରହିଥିବା ଭାରତୀୟ ନାଗରିକଙ୍କୁ ଆଣିବାକୁ ୩୦୦ଟି ଫ୍ଲାଇଟର ବ୍ୟବସ୍ଥା କରାଯାଇଛି ।

ଏହି ଫ୍ଲାଇଟରେ ବୁକିଂ କରିବାକୁ ନେଇ ଯାତ୍ରୀମାନଙ୍କ ଠାରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଶୁକ୍ରବାର ଦିନ ବୁକିଂ ଆରମ୍ଭ ହେଉ ହେଉ ଏୟାରଇଣ୍ଡିଆ ୱେବ ସାଇଟ ଅଚଳ ହୋଇପଡିଛି । ଏହାକୁ ନେଇ ଲୋକମାନେ ପ୍ରବଳ ଅସନ୍ତୋଷ ବ୍ୟକ୍ତ  କରିଛନ୍ତି । ବନ୍ଦେ ଭାରତ ମିଶନର ୩ୟ ପର୍ଯ୍ୟାୟରେ ଆସନ୍ତା ଜୁନ ୧୦ରୁ ଜୁଲାଇ ୧ ମଧ୍ୟରେ ଆମେରିକା, ୟୁରୋପ, ବ୍ରିଟେନ,ଅଷ୍ଟ୍ରେଲିଆ ଆଦି ଦେଶରୁ ଭାରତୀୟମାନଙ୍କୁ ଫେରାଇ ଅଣାଯିବ ।

‘ବନ୍ଦେ ଭାରତ ମିଶନ କାର୍ଯ୍ୟକ୍ରମରେ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ଓ ନିରାପତ୍ତା ବ୍ୟବସ୍ଥାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଡିଜିସିଏ, ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ କଡାକଡି ଭାବେ ପାଳନ କରୁଛି । ସରକାରୀ ନିର୍ଦ୍ଦେଶାବଳୀ ଅନୁସାରେ ସବୁ ନିରାପତ୍ତା ବ୍ୟବସ୍ଥାକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରାଯାଉଛି ।

Leave A Reply

Your email address will not be published.