ପୁରୀ: ପୁରୀ ପୁଲିସ ଦ୍ୱାରା ଚାଲିଥିବା ଅପରେସନ “ଚକ୍ର” ଅଭିଯାନକୁ ସଫଳତା । ପୁରୀ ଏସପି ପ୍ରତୀକ ସିଂ ଜିଲ୍ଲାରେ ଆରମ୍ଭ କରିଥିବା ଏହି ଅଭିଯାନ ମାଧ୍ୟମରେ ୩ ମାସରେ ୧୪୨ ନାବାଳିକା ଏବଂ ଯୁବତୀ ଉଦ୍ଧାର ହୋଇଛନ୍ତି । ଉଦ୍ଧାରଙ୍କ ମଧ୍ୟରେ ୬୨ ଜଣ ନାବାଳିକା ଥିବା ବେଳେ ୮୦ ଜଣ ଯୁବତୀ ରହିଥିବା ସୂଚନା ରହିଛି ।
ବୁଧବାର ମୋଟ ୪ ଜଣଙ୍କୁ ଉଦ୍ଧାର କରାଯାଇଛି । ସେଥିମଧ୍ୟରୁ ବ୍ରହ୍ମଗିରି ଥାନା, ନିମାପଡା ଥାନା, କାକଟପୁର ଥାନା ଦ୍ୱାରା ୩ ନାବାଳିକା ଉଦ୍ଧାର କରାଯାଇଥିବାବେଳେ, ସତ୍ୟବାଦୀ ଥାନା ଅଞ୍ଚଳରୁ ଜଣେ ପ୍ରାପ୍ତ ବୟସ୍କ ଝିଅଙ୍କୁ ଉଦ୍ଧାର କରାଯାଇଛି ।
ହଜିଯାଇଥିବା ନାବାଳିକା ଏବଂ ପ୍ରାପ୍ତ ବୟସ୍କଙ୍କୁ ଶୀଘ୍ର ସମୟରେ ଉଦ୍ଧାର କରିବା ପାଇଁ ପୁରୀ ଜିଲ୍ଲାରେ ଅପରେସନ ଚକ୍ର ଡ୍ରାଇଭ ଆରମ୍ଭ ହୋଇଥିଲା । ଗତ ତିନି ମାସରେ ଅପରେସନ୍ ଚକ୍ର ଅଧୀନରେ ମୋଟ ୬୨ ନାବାଳିକା ଉଦ୍ଧାର ହୋଇଛନ୍ତି । ସେହିପରି ପୁରୀ ପୋଲିସ ମୋଟ ୮୦ ଜଣ ପ୍ରାପ୍ତ ବୟସ୍କ ଝିଅ ଦ୍ୱାରା ଉଦ୍ଧାର ହୋଇଛନ୍ତି ।
Comments are closed.