କେନ୍ଦୁଝର: ଚାଲିଛି ଅପରେସନ୍ ଗୋରକ୍ଷା । ଏହି ସମୟରେ ଅଭିଯୁକ୍ତଙ୍କ ଘରୁ ଓ ଆକାଉଣ୍ଟରୁ ପୁଳା ପୁଳା ଟଙ୍କା ମିଳୁଛି । ଶନିବାର କେନ୍ଦୁଝର ସଦର ଥାନା ଅଧିକାରୀ ଅମିତ ଭୂୟାଁଙ୍କ ନେତୃତ୍ବରେ ଏକ ଟିମ୍ ସହରର ଦୁଢ଼ିଆଛକ ଓ ରାଙ୍କି ଗାଁରେ ଗୋରୁ ମାଫିଆଙ୍କ ଘରେ ଚଢାଉ କରିଥିଲେ । ଏହି ସମୟରେ ତପନ ଘରୁ ଦୁଇ ଲକ୍ଷ ଟଙ୍କା ଜବତ କରାଯାଇଛି ।
ଅନ୍ୟପଟେ, ସହରର ଦୁଢ଼ିଆଛକରେ ଥିବା ସେଖ୍ ନାସିର ଓ ତପନଙ୍କ ଝରାସାହିସ୍ଥିତ ଘରେ ମଧ୍ୟ ପୁଲିସ ଚଢ଼ଉ କରିଛି । ବର୍ତ୍ତମାନ ସୁଦ୍ଧା ଗୋରୁ ମାଫିଆଙ୍କ ୧୨୧ଟି ଆକାଉଣ୍ଟ ଯାଞ୍ଚ କରାଯାଇ ୪ କୋଟି ୪୦ ଲକ୍ଷ ୭୫ ହଜାର ଟଙ୍କା ଠାବ କରାଯାଇଛି । ପୂର୍ବରୁ ଏହି ଘଟଣାରେ କେନ୍ଦୁଝର ପୋଲିସ ୧୦ ଜଣଙ୍କୁ ଗିରଫ କରିସାରିଛି । ବର୍ତ୍ତମାନ ଅପରେସନ୍ ଗୋରକ୍ଷାରେ ଅଭିଯୁକ୍ତଙ୍କ ଆକାଉଣ୍ଟ ଯାଞ୍ଚ ପ୍ରକ୍ରିୟା ଚାଲିଛି ।