Latest Odisha News

BREAKING NEWS

ଅପରେସନ୍ ହାଇଦର: ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କଲେ ପୋଲିସ ଡିଜି

ଭୁବନେଶ୍ୱର: କେଉଁଠି ଲୁଚିଛି ଗ୍ୟାଙ୍ଗଷ୍ଟର ହାଇଦର ? ତାକୁ ଧରିବା ପାଇଁ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଚାଲିଛି । ବୈଠକରେ ଉପସ୍ଥିତ ଅଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, କେନ୍ଦ୍ରାଞ୍ଚଳ ରେଞ୍ଜ ଡିଆଇଜି ଜୟ ନାରାୟଣ ପଙ୍କଜ । ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଅପରେସନ୍ ହାଇଦର ସେନେଇ ଆଲୋଚନା ଚାଲିଛି ।

ଗତକାଲି କଟକ ଏସସିବିର ସର୍ଜରୀ ଓ୍ୱାର୍ଡରୁ ଫେରାର୍ ମାରିଛି ହାଇଦର । ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ଚମ୍ପଟ ମାରିଥିଲା । ତାକୁ ଧରିବା ପାଇଁ ପୋଲିସ 4ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଛି । ବିଭିନ୍ନ ସ୍ଥାନରେ ରେଡ୍ ଚାଲିଛି । ସେହିପରି ପଡ଼ୋଶୀ ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ପୋଲିସକୁ ଆଲର୍ଟ କରାଯାଇଛି । ଖୁବଶୀଘ୍ର ତାକୁ ଧରାଯିବ ବୋଲି କହିଛନ୍ତି ପୋଲିସ କମିଶନର ।

Leave A Reply

Your email address will not be published.