Latest Odisha News

BREAKING NEWS

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଆତଙ୍କବାଦୀ ସଫା ; ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁପୱାଡ଼ାର କେରନ ସେକ୍ଟରରେ ସୁରକ୍ଷା ବାହିନୀ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି। ଶନିବାର ଦିନ ଏହି ଅପରେସନରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଶୁକ୍ରବାର ନିୟନ୍ତ୍ରଣ ରେଖା (LoC) ପାର ହୋଇ ଅନୁପ୍ରବେଶ ସମ୍ପର୍କରେ ଗୁପ୍ତ ସୂଚନା ପାଇବା ପରେ ଭାରତୀୟ ସେନା ଆତଙ୍କବାଦୀଙ୍କ ବିରୁଦ୍ଧରେ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା।

ଭାରତୀୟ ସେନାର ଏକ ୟୁନିଟ୍ ଚିନାର କର୍ପସ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କହିଛି ଯେ, ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚଳାଇଥିଲେ। ସୁରକ୍ଷା ବାହିନୀ ପାଲଟା ଜବାବ ଦେଇ ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ।

ନିହତ ଆତଙ୍କବାଦୀଙ୍କ ପରିଚୟ କିମ୍ବା ସେମାନଙ୍କ ସଂଗଠନ ବିଷୟରେ ସୂଚନା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ନଭେମ୍ବର ପ୍ରଥମ ସପ୍ତାହରେ ରିପୋର୍ଟ ପ୍ରକାଶ ପାଇଲା ଯେ ପାକିସ୍ତାନଭିତ୍ତିକ ଆତଙ୍କବାଦୀ ଗୋଷ୍ଠୀ ବିଶେଷକରି ଲସ୍କର-ଏ-ତୈବା (LeT) ଏବଂ ଜୈଶ-ଏ-ମହମ୍ମଦ (JeM) ଜମ୍ମୁ ଏବଂ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଛନ୍ତି। ଏପଟେ ସୁରକ୍ଷା ବାହିନୀ ସଜାଗ ଅଛନ୍ତି ଏବଂ ଆତଙ୍କବାଦୀମାନଙ୍କୁ କଡା ଜବାବ ଦିଆଯାଉଛି।

କୁପୱାଡା ଏନକାଉଣ୍ଟର ମଧ୍ୟରେ ଜମ୍ମୁ ଏବଂ କାଶ୍ମୀର ପୋଲିସର କାଉଣ୍ଟର ଇଣ୍ଟେଲିଜେନ୍ସ କାଶ୍ମୀର (CIK) ଶନିବାର ଉପତ୍ୟକାର ଅନେକ ଜେଲରେ ଚଢାଉ କରିଥିଲା। ଅଧିକାରୀମାନେ କହିଛନ୍ତି ଯେ ଯଦି ତଲାସୀ ସମୟରେ କିଛି ବେଆଇନ ଜିନିଷ ଉଦ୍ଧାର ହୁଏ, ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହି ମାସରେ କିସ୍ତୱାରରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଏନକାଉଣ୍ଟର ସମୟରେ ଜଣେ ଯବାନ ଆହତ ହୋଇଥିଲେ।

Comments are closed.