Latest Odisha News

BREAKING NEWS

ସେନାଙ୍କ ପାଇଁ ୭୦ କିଲୋ ଚାଉଳ ନେଇ ଡିଏମ୍ ଅଫିସରେ ପହଞ୍ଚିଲେ ଚାଷୀ; ତାଙ୍କର ଦେଶପ୍ରୀତି ଶୁଣିଲେ କରିବେ ସଲାମ..

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ପିଓକେର ୯ଟି ଆତଙ୍କବାଦୀ ଶିବିର ଉପରେ ମିଶାଇଲ ଆଟାକ କରିଛି ଭାରତ। ଏହି ଆକ୍ରମଣକୁ ଅପରେସନ ସିନ୍ଦୂର ନାମ ଦିଆଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ହୋଇଛି ଅପରେସନ ସିନ୍ଦୂର । ଯାହାକୁ ନେଇ ସାରା ଦେଶ ଗର୍ବିତ । ଏଥିମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ସ୍ଲୋଗାନ ଜୟ ଜବାନ, ଜୟ କିଷାନ ସ୍ବର ଶୁଣାଯାଇଛି ଡିଏମଙ୍କ ଅଫିସରେ । ଦେଶର ମେରୁଦଣ୍ଡ ଅଟେ କୃଷକ, ସେ ଆଜି ବିନା ସ୍ବାର୍ଥରେ ସୀମାରେ ଲଢ଼ୁଥିବା ଭାରତୀୟ ଯବାନଙ୍କ ପାଇଁ ୭୦ କେଜିର ଚାଉଳ କାନ୍ଧରେ ବୋହି ବୋହି ଆଣିଛନ୍ତି । ଉତ୍ତରପ୍ରଦେଶ ବାଲିଆ ଜିଲ୍ଲାର ପାଟଖୌଲିର ବାସିନ୍ଦା ନବୀନ କୁମାର ରାୟ ଓରଫ ଚୁନା ରାୟ ଦେଶପ୍ରୀତିର ଜ୍ବଳନ୍ତ ଉଦାହରଣ ଦେଇଛନ୍ତି  ।

ଅପରେସନ ସିନ୍ଦୂର ପରେ, କାନ୍ଧରେ ଚାଉଳ ବସ୍ତା ନିଜେ ଧରି ଡିଏମଙ୍କ ଅଫିସରେ ପହଞ୍ଚିଥିଲେ ନବୀନ । ସମସ୍ତଙ୍କ ନଜର ତାଙ୍କ ଉପରେ ରହିଥିଲା। ପଛରୁ ଲୋକମାନେ ଭାରତ ମାତା କି ଜୟ ବୋଲି ଚିତ୍କାର କରୁଥିଲେ । ଏହାକୁ ଦେଖି ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ ।

ନବୀନ କୁମାର ରାୟ କହିଛନ୍ତି ଯେ, ସେ ସୀମାରେ ଲଢ଼ୁଥିବା ସୈନିକମାନଙ୍କ ପାଇଁ ୭୦ କେଜିର ଖାଦ୍ୟ ଶସ୍ୟ ଆଣିଛନ୍ତି ଏବଂ ସେ ବାଲିଆ ଡିଏମଙ୍କ ନେତୃତ୍ୱରେ ସୈନିକମାନଙ୍କ ପାଇଁ ଏହି ଖାଦ୍ୟ ଶସ୍ୟ ପଠାଇବାକୁ ଚାହୁଁଛନ୍ତି। ତାଙ୍କର ଆବେଦନକୁ ନଗର ମାଜିଷ୍ଟ୍ରେଟ ଗ୍ରହଣ କରିଥିଲେ। ନବୀନ ସ୍ପଷ୍ଟ ଭାବରେ କହୁଛନ୍ତି ଯେ, ଚାଷୀମାନେ ପାକିସ୍ତାନକୁ ଧ୍ୱଂସ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସରକାରଙ୍କ ଗୋଟିଏ ନିର୍ଦ୍ଦେଶରେ ଏହି ଚାଷୀ ତାଙ୍କର ପାରମ୍ପରିକ ଉପକରଣ ସାହାଯ୍ୟରେ ପାକିସ୍ତାନକୁ ପରାସ୍ତ କରିବେ। ଏହା କେବଳ ଆରମ୍ଭ, ପାକିସ୍ତାନର ଧ୍ୱଂସ ଏପର୍ଯ୍ୟନ୍ତ ଘଟିନାହିଁ।

ନବୀନ ଭାରତର ସୈନିକମାନଙ୍କ ଉପରେ ବହୁତ ଗର୍ବିତ। ଅପରେସନ ସିନ୍ଦୂରର ଏହି ସଫଳତା ପାଇଁ ନବୀନ ଭାବୁକ ହୋଇ ପଡିଥିଲେ । ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବହୁତ ଧନ୍ୟବାଦ ଦେଇଛନ୍ତି। ନବୀନ କହିଛନ୍ତି ,ଯେ ଯେତେବେଳେ ଦେଶରେ ସଙ୍କଟ ଆସେ, ସେତେବେଳେ ଚାଷୀମାନଙ୍କର ଆବଶ୍ୟକତା ଥାଏ। କେବଳ ଶସ୍ୟ ନୁହେଁ, ଆବଶ୍ୟକ ହେଲେ, ଚାଷୀମାନେ ସୈନିକଙ୍କ ପାଇଁ ଘିଅ, ତେଲ,ଶାଗ ଏବଂ ପନିପରିବା ମଧ୍ୟ ପଠାଇବେ। ସେ କହିଲେ ଯେ, ଯଦି ଆବଶ୍ୟକ ହୁଏ ତେବେ ସେ ସୈନିକମାନଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ ସ୍ତ୍ରୀ ରଖିଥିବା ଅଳଙ୍କାର ମଧ୍ୟ ବିକ୍ରି କରିଦେବେ।

 

 

 

Comments are closed.