ନୂଆଦିଲ୍ଲୀ: ପାକିସ୍ତାନ ଆତଙ୍କବାଦର ସ୍ବର୍ଗ। ଜାତିସଂଘ ବି ଏହାର ଆତଙ୍କୀ କାର୍ଯ୍ୟକଳାପକୁ ରୋକି ପାରୁନି। ଆଉ ଭାରତର ଏହି ଏହି ପ୍ରତିଶୋଧ ‘ଅପରେସନ୍ ସିନ୍ଦୂର’ କେବଳ ଆତଙ୍କବାଦର ମେରୁଦଣ୍ଡ ଭାଙ୍ଗିବାର ଏକ ସୁଚିନ୍ତିତ ଯୋଜନା। ଆଜି ଅପରେସନ ସିନ୍ଦୂର ନେଇ ସାମ୍ବାଦିକ ସମ୍ମିଳନୀରେ ନିଜର ବାର୍ତ୍ତା ରଖିବା ବେଳେ କିଛି ତିଆରି କହିଛନ୍ତି, ବୈଦେଶିକ ସଚିବ ବିକ୍ରମ ମିଶ୍ରୀ।
ବୁଧବାର ପ୍ରତ୍ୟୁଷରେ ସିନ୍ଦୂରା ଫାଟିବା ପୂର୍ବରୁ ହୋଇଥିବା ଏହି ପ୍ରତିଆକ୍ରମଣ, ପହଲଗାମ ହତ୍ୟାକାଣ୍ଡର ଭାରତର କଡ଼ା ଜବାବ ଥିଲା। ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ଯାହାକୁ ନେଇ ଆଜି ସେନଙ୍କ ମିଳିତ ପ୍ରେସମିଟ କରାଯାଇଥିଲା, ଯେଉଁଥିରେ ନାରୀଶକ୍ତି ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଏବଂ କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବେଳେ ଏଥିରେ ସଚିବ କହିଛନ୍ତି, ଭାରତୀୟ ସେନା, ନୌସେନା ଏବଂ ବାୟୁସେନା ଦ୍ୱାରା ମିଳିତ ଭାବରେ କରାଯାଇଥିବା ଏହି ସଠିକ୍ ଆକ୍ରମଣରେ, ପାକିସ୍ତାନ ଏବଂ ପିଓକେରେ ନଅଟି ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରାଯାଇଥିଲା। ସମଗ୍ର ଅପରେସନ୍ ରାତି ୧.୦୫ ରୁ ରାତି ୧.୩୦ ପର୍ଯ୍ୟନ୍ତ ମାତ୍ର ୨୫ ମିନିଟ୍ ମଧ୍ୟରେ ସମାପ୍ତ କରିଥିଲା ଭାରତ। ଯାହାର କାର୍ଯ୍ୟାନୁଷ୍ଠାନ ବିଶ୍ୱସନୀୟ ସୂଚନା ଉପରେ ଆଧାରିତ ଥିବା ବେଳେ ଏହାର ଲକ୍ଷ୍ୟ “ଆତଙ୍କବାଦର ମେରୁଦଣ୍ଡ ଭାଙ୍ଗିବା” ଥିଲା ବୋଲି ସେ କହିଥିଲେ।
ସେ ଆହୁରି ଏପ୍ରିଲ ୨୨ରେ ହୋଇଥିବା ପହଲଗାମ ଆକ୍ରମଣକୁ ଚରମ ବର୍ବରତା ଭାବରେ ବର୍ଣ୍ଣନା କରିଥିଲେ। ଯେଉଁଠାରେ ଅଧିକାଂଶ ପୀଡିତଙ୍କୁ ସେମାନଙ୍କ ପରିବାର ସମ୍ମୁଖରେ ନିକଟରୁ ଗୁଳି କରାଯାଇଥିଲା, ଯାହା ଦ୍ୱାରା ବଞ୍ଚିଥିବା ଲୋକଙ୍କୁ ଜାଣିଶୁଣି ଆଘାତ ଦିଆଯାଇଥିଲା ଏବଂ ପରିବାରମାନଙ୍କୁ ଧମକ ଦିଆଯାଇଥିଲା, ଯେ ଭୟର ଖବର ପ୍ରସାର କରିବାକୁ କୁହାଯାଇଥିଲା। ଉଦ୍ଦେଶ୍ୟ କେବଳ ହତ୍ୟା ନଥିଲା – ଏହା ଆତଙ୍କବାଦ ନାଟକ ଥିଲା ବୋଲି ସଚିବ କହିଛନ୍ତି।
ସେପଟେ ପାକିସ୍ତାନ-ଭିତ୍ତିକ ଲସ୍କର-ଏ-ତୈବାର ପ୍ରକ୍ସି ଭାବରେ ସ୍ୱୀକୃତିପ୍ରାପ୍ତ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ, ଟିଆରଏଫ୍ ଏହି ଆକ୍ରମଣ ନେଇ ନିଜକୁ ଦାୟୀ କରି ଦାବି ପରେ ପନ୍ଦର ଦିନ ବିତିବା ସତ୍ତ୍ୱେ, ପାକିସ୍ତାନ ପକ୍ଷରୁ ଏହାର ମାଟିରୁ କାର୍ଯ୍ୟ କରୁଥିବା ଆତଙ୍କବାଦୀ ନେଟୱାର୍କଗୁଡ଼ିକୁ ଭାଙ୍ଗିବା ପାଇଁ କୌଣସି ସ୍ପଷ୍ଟ ପଦକ୍ଷେପ ନିଆଯାଇନାହିଁ, ବରଂ ଓଲଟି ପାଲଟା ଧମକ ଦେଇଛି ପାକିସ୍ତାନ, ଯାହାର ଜବାବରେ ଭାରତ ଏହି ପଦକ୍ଷେପ ନେଇଛି ବୋଲି ସଚିବ ସ୍ପଷ୍ଟ କରିଛନ୍ତି।
ସେପଟେ ୱିଙ୍ଗ କମାଣ୍ଡର ସିଂହ ଏବଂ କର୍ଣ୍ଣେଲ କୁରେଶୀ ବୈଦେଶିକ ସଚିବଙ୍କ ସହିତ ଗଣମାଧ୍ୟମ ବ୍ରିଫିଙ୍ଗ୍ ର ନେତୃତ୍ୱ ନେଇଥିଲେ। ଉଭୟ ଅଧିକାରୀ ପହଲଗାମ ହତ୍ୟାକାଣ୍ଡର ପୀଡିତଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଅପରେସନ୍ ସିନ୍ଦୂରର ଉଦ୍ଦେଶ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ବ୍ରିଫିଂର ନେତୃତ୍ୱ ନେବା ପାଇଁ ଦୁଇଜଣ ମହିଳା ଅଧିକାରୀଙ୍କ ବାଛିବା ପ୍ରତୀକାତ୍ମକ, ଯାହା କେବଳ ଆତଙ୍କବାଦର ଅନ୍ତ ପାଇଁ ଭାରତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ନାହିଁ ବରଂ ପ୍ରାଣ ହରାଇଥିବା ନିରୀହ ଲୋକଙ୍କ ବିଧବାମାନଙ୍କୁ ମଧ୍ୟ ସମ୍ମାନିତ କରେ।
ଏହାକୁ ନେଇ ୱିଙ୍ଗ କମାଣ୍ଡର କହିଛନ୍ତି, ସିନ୍ଦୁର, ବିବାହିତ ହିନ୍ଦୁ ମହିଳାଙ୍କର ଏକ ଚିହ୍ନ ଏବଂ ଏପ୍ରିଲ ୨୨ରେ ହୋଇଥିବା ପହଲଗାମ ହତ୍ୟାକାଣ୍ଡର ଏକ ସନ୍ଦର୍ଭ, ଯେଉଁଥିରେ ନବ ବିବାହିତ ପୁରୁଷମାନଙ୍କ ସମେତ ପୁରୁଷମାନଙ୍କୁ ସେମାନଙ୍କ ଧର୍ମ ଆଧାରରେ ଟାର୍ଗେଟ କରାଯାଇ ଆତଙ୍କବାଦୀମାନଙ୍କ ଦ୍ୱାରା ହତ୍ୟା କରାଯାଇଥିଲା। ଏହାର ଜବାବରେ ନଅଟି ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରାଯାଇ ଧ୍ୱଂସ କରାଯାଇଛି। ସାଧାରଣ ନାଗରିକଙ୍କ ମୃତାହତ କିମ୍ବା ଅଣ-ସାମରିକ ଭିତ୍ତିଭୂମିର କ୍ଷତିକୁ ଏଡାଇବା ପାଇଁ ସ୍ଥାନଗୁଡ଼ିକୁ ସତର୍କତାର ସହ ଚୟନ କରାଯାଇଥିଲା। କେବଳ ଆତଙ୍କୀଙ୍କ ଆଡ୍ଡାକୁ ସଠିକ୍ ଭାବେ ଟାର୍ଗେଟ କରଯାଇଥିଲା।
ଅନ୍ୟପକ୍ଷରେ ପାକିସ୍ତାନ ଭାରତର ଆକ୍ରମଣରେ ୨୪ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ଦାବି କରିଥିବା ବେଳେ କୌଣସି ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇ ନଥିଲା, ଏବଂ ଏପର୍ଯ୍ୟନ୍ତ ପାକିସ୍ତାନରେ ସାଧାରଣ ନାଗରିକଙ୍କ ମୃତାହତ ହେବାର କୌଣସି ରିପୋର୍ଟ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
Comments are closed.