Latest Odisha News

IPL କ୍ଲୋଜିଂ ସେରିମନିରେ ଭାରତୀୟ ସେନାଙ୍କୁ କରାଯିବ ସମ୍ମାନିତ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) 2025 ର ଶେଷ ସମାରୋହ ଭାରତୀୟ ସଶସ୍ତ୍ର ବାହିନୀକୁ ଉତ୍ସର୍ଗ କରାଯିବ । ଏହି ସମୟରେ, ‘ଅପରେସନ୍ ସିନ୍ଦୂର’ର ବୀର ଯବାନମାନଙ୍କୁ ସମ୍ମାନିତ କରାଯିବ । ଏନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ଘୋଷଣା କରିଛି ଯେ, ଆଗାମୀ IPL 2025 ର ଶେଷ ଉତ୍ସବ ଭାରତୀୟ ସଶସ୍ତ୍ର ବାହିନୀର ସମ୍ମାନାର୍ଥେ ଉତ୍ସର୍ଗ କରାଯିବ ।

ଏହି ସମାରୋହ ଜୁନ୍ 3 ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହି ସମୟରେ ‘ଅପରେସନ୍ ସିନ୍ଦୂର’ ଅଧୀନରେ ଆତଙ୍କବାଦୀ ଆଡ୍ଡା ବିରୁଦ୍ଧରେ ଭାରତୀୟ ସେନା ଦ୍ୱାରା ନିଆଯାଇଥିବା ସଫଳ କାର୍ଯ୍ୟାନୁଷ୍ଠାନକୁ ସମ୍ମାନିତ କରିବା ପାଇଁ ଏହି ପଦକ୍ଷେପର ଲକ୍ଷ୍ୟ ରଖାଯାଇଛି ।

ଫାଇନାଲ୍ ସମୟରେ ତିନି ସେନାର ମୁଖ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି । ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ସ୍ଥଳ ସେନା ମୁଖ୍ୟ, ଆଡମିରାଲ ଦିନେଶ କେ ତ୍ରିପାଠୀ ନୌସେନା ମୁଖ୍ୟ ଏବଂ ବାୟୁସେନା ମୁଖ୍ୟ ବାୟୁସେନା ମୁଖ୍ୟ ମାର୍ଶାଲ ଅମର ପ୍ରୀତ ସିଂହଙ୍କୁ ନିମନ୍ତ୍ରଣ କରାଯାଇଛି ।

ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି- ”ବିସିସିଆଇ ପକ୍ଷରୁ, ଆମେ ଆମର ସାହସୀ ଯବାନଙ୍କ ବାହାଦୁରୀ, ସାହସ ଏବଂ ନିଃସ୍ୱାର୍ଥପର ସେବାକୁ ସଲାମ କରୁଛୁ । ‘ଅପରେସନ୍ ସିନ୍ଦୂର’ ଅଧୀନରେ ଆମର ଯବାନମାନେ ଯେଉଁ ସାହସିକତା ଦେଖାଇଛନ୍ତି ତାହା କେବଳ ଦେଶକୁ ସୁରକ୍ଷିତ ରଖି ନାହିଁ ବରଂ ଆମ ସମସ୍ତଙ୍କୁ ପ୍ରେରଣା ମଧ୍ୟ ଦେଇଛି । ଏହି ସମ୍ମାନରେ, ଆମେ IPL 2025 ର ଶେଷ ଉତ୍ସବକୁ ସେନାକୁ ଉତ୍ସର୍ଗ କରିବାକୁ ଏବଂ ଆମର ଯବାନମାନଙ୍କୁ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛୁ । ହୁଏତ କ୍ରିକେଟ ଦେଶର ସବୁଠୁ ପ୍ରିୟ ଖେଳ ହୋଇପାରେ, କିନ୍ତୁ ଦେଶର ସାର୍ବଭୌମତ୍ୱ, ଅଖଣ୍ଡତା ଏବଂ ସୁରକ୍ଷା ସର୍ବପ୍ରଥମେ ଆସିଥାଏ” ।

Comments are closed.