Latest Odisha News

BREAKING NEWS

ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି ଆହୁରି ହେବ ଜୋରଦାର, ବିରୋଧୀଙ୍କ ବୈଠକରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି ଆହୁରି ଆକ୍ରମଣାତ୍ମକ ହେବ। ବିରୋଧୀ ଦଳର ନେତା ଏକାଠି ହୋଇ ଏପରି ଏକ ନିଷ୍ପତ୍ତି ନେଇଛନ୍ତି।ସୋମବାର କଂଗ୍ରେସ ସଭାପତି ତଥା ରାଜ୍ୟସଭାରେ କଂଗ୍ରେସ ଦଳର ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ବିରୋଧୀ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୧୮ ଟି ଦଳର ନେତା ଅଂଶଗ୍ରହଣ କରିଥିଲେ। ଯେଉଁଥିରେ ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି ନେଇ ବିରୋଧୀ ଏକାଠି ନଜର ଆସିବେ ବୋଲି ନିଷ୍ପତ୍ତି ହୋଇଛି।

ଏହି ବୈଠକରେ ଯୋଗଦେବା ପାଇଁ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ମଧ୍ୟ ପହଞ୍ଚିଥିଲେ। ନିଜେ କାର ଚଳାଇ ରାହୁଲ ଗାନ୍ଧୀ ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ପହଞ୍ଚିଥିଲେ। ଏହି ସମୟରେ ସୋନିଆ ଗାନ୍ଧୀ ରାହୁଲଙ୍କ ପାଖରେ ଥିବା ସିଟରେ ବସିଥିବାର ନଜର ଆସିଥିଲେ। ଏଥି ସହ ଜୟରାମ ରମେଶ, ଆଧୀର ରଂଜନ ରଞ୍ଜନ ଚୌଧୁରୀ, କେସି ଭେନୁଗୋପାଲ, ପ୍ରମୋଦ ତିୱାରୀ ଏବଂ ରଜନୀ ପାଟିଲଙ୍କ ଭଳି ବଡ ଦଳର ନେତାମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଏହା ପୂର୍ବରୁ କଂଗ୍ରେସ ସଭାପତିଙ୍କ ଘରେ ଆଉ ଏକ ସଭା ହୋଇଥିଲା। କଂଗ୍ରେସ ବ୍ୟତୀତ ବିରୋଧୀ ଦଳର ନେତାମାନେ ମଧ୍ୟ ଏଥିରେ ଭାଗ ନେଇଥିଲେ।

ସମାଜବାଦୀ ପାର୍ଟିରୁ ରାମ ଗୋପାଳ ଯାଦବ, ଏନସିପି ସଭାପତି ଶରଦ ପାୱାର, ବିଆରଏସ, ସିପିଏମ, ଆରଜେଡି, ସିପିଆଇ, ଆଇୟୁଏମଏଲ, ଏମଡିଏମକେ, ଟିଏମସି, ଆରଏସପି, ଆମ୍ ଆଦମୀ ପାର୍ଟି, ଜେଏମଏମ, ଜେଡିୟୁ ଇତ୍ୟାଦି ୧୮ଟି ଦଳର ନେତା ଯୋଗଦେଇଥିଲେ। କଂଗ୍ରେସ କହିଛି ଯେ ଆଦାନୀ ସ୍କାମରେ ଜେପିସି ଗଠନ ପାଇଁ ମିଳିତ ବିରୋଧୀ ଦଳ ଦାବି କରୁଛନ୍ତି। ଏହି ବୈଠକ ପରେ ଜେଡିୟୁ ନେତା ରାଜୀବ ରଂଜନ ସିଂ କହିଛନ୍ତି ଯେ ସମସ୍ତ ବିରୋଧୀ ଦଳ ଏକଜୁଟ ହୋଇ ବିଜେପିକୁ ପରାସ୍ତ କରିବେ।

ଏହା ପ୍ରଥମ ଥର ଯେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ସମାପ୍ତ ହେବା ପରେ ରାହୁଲ ନିଜେ ବିରୋଧୀ ଦଳର ନେତାଙ୍କ ସଭାରେ ଉପସ୍ଥିତ ଥିଲେ। ଏଥିସହିତ ରାହୁଲ ସାଭରକର ବିରୋଧୀ ଦେଇଥିବା ବୟାନ ପାଇଁ ଉଦ୍ଧବ ଗୋଷ୍ଠୀର ଶିବସେନା ଏହି ବୈଠକରୁ ନିଜକୁ ଦୂରେଇ ରଖିଥିଲେ।

ସୂଚନାନୁସାରେ, ସଂସଦର ସଦସ୍ୟତା ବାତିଲ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ତାଙ୍କ ସରକାରୀ ଗୃହ ଖାଲି କରିବାକୁ ନୋଟିସ ପାଇଛନ୍ତି। ରାହୁଲ ଗାନ୍ଧୀଙ୍କୁ ୨୨ ଏପ୍ରିଲ ସୁଦ୍ଧା ଘର ଖାଲି କରିବାକୁ ପଡିବ। ଏଭଳି ପରିସ୍ଥିତିରେ କଂଗ୍ରେସ ଦଳ ଶାସକ ଦଳ ବିଜେପି ବିରୋଧରେ ଅଧିକ ଆକ୍ରାମଣାତ୍ମକ ହେବା ସହିତ ବିରୋଧୀ ଦଳର ଅନ୍ୟ ଦଳ ମଧ୍ୟ ଏହି ପ୍ରସଙ୍ଗରେ ଏକଜୁଟ ହୋଇଥିବାର ଦେଖାଯାଉଛି।

Leave A Reply

Your email address will not be published.