Latest Odisha News

BREAKING NEWS

ଅପେରାରେ କଳାକାର ଚୟନ ପାଇଁ ଆଇପିଏଲ ଭଳି ନିଲାମକୁ ବିରୋଧ, ଆଜି ବସୁଛି ବଡ଼ ବୈଠକ

ଭୁବନେଶ୍ୱର: ଓଡ଼ିଆ ଯାତ୍ରା ଜଗତରେ ଚାଲିଥିବା କଳାକାର ଓ ମାଲିକଙ୍କ ମଧ୍ୟରେ ବିବାଦ ମଧ୍ୟରେ ଲୋକପ୍ରିୟ ଯାତ୍ରା ଅଭିନେତ୍ରୀ ନମିତା ଭୂୟାଁ ନିଜର ସ୍ପଷ୍ଟ ମତ ରଖିଛନ୍ତି । ସେ କମେଡିଆନ ନରି ପଣ୍ଡାଙ୍କ ବିରୋଧରେ ଲଗାଯାଇଥିବା ବ୍ୟାନକୁ ବିରୋଧ କରି ମାଲିକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଆଉ ଏପରି ବ୍ୟବସ୍ଥାକୁ ସେ ଚ୍ୟାଲେଞ୍ଜ କରିଛନ୍ତି।

ମଙ୍ଗଳବାର ଦିନ ସେ ନରୀ ପଣ୍ଡା ଓ ପୀୟୁଷ ତ୍ରିପାଠୀଙ୍କ ପ୍ରସଙ୍ଗରେ ଖୋଲାଖୋଲି କହିଛନ୍ତି। ନମିତା କହିଛନ୍ତି, ଯଦି ତାଙ୍କୁ ସତ କହିବା ପାଇଁ ଅନେକ ସମସ୍ୟାକୁ ସାମ୍ନା କରିବାକୁ ହେବ ତେବେ ସେ ଏଥିପାଇଁ ପ୍ରସ୍ତୁତ।

ସୋସିଆଲ ମିଡିଆରେ ନମିତା ଅଭିଯୋଗ କରିଛନ୍ତି ଯେ ଯାତ୍ରା କାଳାକରଙ୍କ ମଧ୍ୟରେ କେତେକ ବ୍ୟକ୍ତି କଳାକାରମାନଙ୍କୁ ହୀନମନ୍ୟ କରୁଛନ୍ତି। ସେ କହିଛନ୍ତି, “ମୁଁ ସତ କହୁଛି, ତେଣୁ ଯଦି ମୋତେ ବ୍ୟାନ କରାଯାଏ, ମୁଁ ଚିନ୍ତିତ ନୁହେଁ।”

ନମିତା ଯାତ୍ରା ଜଗତରେ ଥିବା ପକ୍ଷପାତକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, କମେଡିଆନ୍ ବା ହାସ୍ୟକଳାକାର ନାରୀ ପଣ୍ଡାଙ୍କୁ ବ୍ୟାନ ହେବାକୁ ପଡୁଛି, କିନ୍ତୁ ଅଧିକ ପାରିଶ୍ରମିକ ନେଉଥିବା ପୀୟୁଷ ତ୍ରିପାଠୀଙ୍କ ବିରୋଧରେ କାହାର କିଛି ଅଭିଯୋଗ ନାହିଁ। ଏହାସହ, ଓଡ଼ିଶା ଯାତ୍ରା ମାଲିକ ସଂଘର ସଦସ୍ୟ କବିରାଜ ସ୍ୱାଇଁଙ୍କ ଆଇପିଏଲ୍‌-ଷ୍ଟାଇଲ୍‌ ନିଲାମ ପ୍ରକ୍ରିୟାର ପ୍ରସ୍ତାବକୁ ସେ ତୀବ୍ର ବିରୋଧ କରିଛନ୍ତି। ଏପରି ପ୍ରଥା କଳାକାରମାନଙ୍କ ପାଇଁ କ୍ଷତିକାରକ ହେବ ବୋଲି ସେ ମତ ଦେଇଛନ୍ତି।

ଏହି ବିବାଦର ସମାଧାନ ପାଇଁ ଯାତ୍ରା କଳାକାର ସଂଘ ଆଜି ଭୁବନେଶ୍ୱରରେ ଏକ ବୈଠକ ଡାକିଛି। ଏହି ବୈଠକରୁ ଓଡ଼ିଆ ଯାତ୍ରାରେ ନ୍ୟାୟ ଓ କଳାକାରମାନଙ୍କ ସ୍ୱାଧୀନତା ପାଇଁ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ସଂଘର ସଦସ୍ୟ ବାପି ପଣ୍ଡା କହିଛନ୍ତି, “ସମସ୍ୟାର ସମାଧାନ ପାଇଁ ଆଲୋଚନା ଓ ସମନ୍ୱୟ ଜରୁରୀ, ନିଷ୍ଠୁରତା ନୁହେଁ।”

Comments are closed.