Latest Odisha News

BREAKING NEWS

ରାୟଗଡାରେ ମାଓବାଦୀଙ୍କ ଲଙ୍କାକାଣ୍ଡ; ଜାଳିଦେଲେ ୩ ଗାଡି

ରାୟଗଡା: ରାୟଗଡା ଜିଲ୍ଲାର ମୁନିଗୁଡାରେ ରାସ୍ତା କାମକୁ ବିରୋଧ କରି ମାଓବାଦୀମାନେ ଲଙ୍କାକାଣ୍ଡ ଭିଆଇବା ସହ ପାଖାପାଖି ୩ଟି ଗାଡିରେ ନିଆଁ ଲଗାଇ ଦେଇଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଶରଧାପୁର-ଥୁଆପାଡିକୁ ସଂଯୋଗ କରୁଥିବା ରାସ୍ତାକାମକୁ ବିରୋଧ କରି ଗତକାଲି ରାତିରେ ପାଖାପାଖି ୧୦ରୁ ୧୫ ଜଣବ୍ୟକ୍ତି ଟିକରପଡା ଗ୍ରାମରେ ପ୍ରବେଶ କରିଥିଲେ । ପରେ ନିକଟରେ ଥିବା ଏକ ଜେସିବି ମେସିନ ସହ ୩ରୁ ଅଧିକ ଗାଡି ଜାଳି ଦେଇଥିଲେ ।

ଏହାବ୍ୟତିତ ରାସ୍ତାକାମ ବନ୍ଦ କରିବା ଲାଗି ଏକ ଚେତାବନୀ ସହ ଘଟଣାସ୍ଥଳରେ ମାଓବାଦୀମାନେ ୩ଟି ପୋଷ୍ଟର ମଧ୍ୟ ଲଗାଇଛନ୍ତି ।

ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଏନେଇ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.