Latest Odisha News

BREAKING NEWS

ରାଜ୍ୟରେ ଶୀତ ଲହରୀ ବୃଦ୍ଧି, ସୋନପୁରରେ ପାରଦ ୪ ଡିଗ୍ରି ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଶନିବାର ଦିନ ସୋନପୁରରେ ତାପମାତ୍ରା ୪ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଛି । ଏଭଳି ସ୍ଥିତି ଜାନୁଆରୀ ୧ ତାରିଖ ଯାଏଁ ଜାରି ରହିବ ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ସୂଚନାନୁଯାୟୀ ଆଭ୍ୟନ୍ତରୀଣ ଜିଲ୍ଲାରେ ଶନିବାର ଦିନ ତାପମାତ୍ରା ପାଖାପାଖି ୧୦-୧୧ ଡିଗ୍ରି ଓ ଉପକୂଳ ଜିଲ୍ଲାରେ ୪-୫ ଡିଗ୍ରି ସେଲସିୟସ୍ ଥିବା ନେଇ ରେକର୍ଡ କରାଯାଇଛି ।

ସେହିପରି କିଛି ଅଞ୍ଚଳରେ ଆଜି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବାନେଇ ମଧ୍ୟ ସୂଚନା ମିଳିଛି।
ଦାରିଙ୍ଗିବାଡି (୭), ଟିଟିଲାଗଡ (୭), ହୀରାକୁଦ (୯.୮), ସମ୍ବଲପୁର (୭.୪), କେନ୍ଦୁଝର (୫.୬), ଝାରସୁଗୁଡା (୫.୮), ବାରିପଦା (୮.୫), ଅନୁଗୁଳ (୮), କଟକ (୯.୬) ଓ ବାଲଶ୍ୱେର (୭.୬) ରହିଥିଲା ।

ଆହୁରି ମଧ୍ୟ ସୁନ୍ଦରଗଡା, କୋଇଡା ଓ ଟେନସା ଅଞ୍ଚଳରେ ଆଜି କୁହୁଡିର ଆସ୍ତରଣ ପଡିଥିବା ନେଇ ସୁତ୍ରରୁ ପ୍ରକାଶ ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ମଦନ ମୋହନ ଦାସ କହିଛନ୍ତି, “ଜାନୁଆରୀ ୨ ତାରିଖରୁ ଆଭ୍ୟନ୍ତରିଣ ଓଡିଶାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି । ବର୍ଷା ହେବାଫଳରେ ତାପମାତ୍ରା ଆହୁରି ଅଧିକ ହ୍ରାସପାଇବ ଓ ତାହା ଜାନୁଆରୀ ଦ୍ୱିତୀୟ ସପ୍ତାହ ଯାଏଁ ଜାରି ରହିବ” ।

Leave A Reply

Your email address will not be published.