Latest Odisha News

BREAKING NEWS

ଅଚଳ ଗୃହ: ବିଧାନସଭା ବାହାରେ ଧାରଣା ଦେଲେ ବିଜେଡ଼ି ଓ କଂଗ୍ରେସ 

ଭୁବନେଶ୍ୱର: ଆରମ୍ଭ ଦିନରୁ ଅଚଳ ଚାଲିଛି ଗୃହ। ଆଜିବି ସମାନ ସ୍ଥିତି। ଆଜି ବି ଚାଲି ପାରିଲା ନାହିଁ ବିଧାନସଭା । ଗୃହକାର୍ଯ୍ୟ ଆରମ୍ଭ ହେଉ ହେଉ ମୁଲତବୀ ଘୋଷଣା । ଘଣ୍ଟ-ଝାଞ୍ଜ-ପେଁକାଳୀ ବଜାଇ ପୁଣି ଗୃହ ଅଚଳ କଲେ ବିରୋଧୀ । ପ୍ରଥମେ ୧୧.୩୦ ଆଉ ପରେ ୧୨. ୩୧ ଯାଏଁ ଗୃହ ମୁଲତବି ରଖିଛନ୍ତି ବାଚସ୍ପତି ।

ସେପଟେ ବିରୋଧୀ ବିଜେଡ଼ି ଏବଂ କଂଗ୍ରେସ ନିଜ ନିଜ ପ୍ରସଙ୍ଗ ନେଇ ବିଧାନସଭା ବାହାରେ ଧାରଣା ପ୍ରଦର୍ଶନ କରୁଛନ୍ତି। କଂଗ୍ରେସ ନାରୀ ସୁରକ୍ଷାକୁ ନେଇ ତା ବିଜେଡ଼ି ସଂରକ୍ଷଣ, ଶିକ୍ଷା, ନିଯୁକ୍ତି ନେଇ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରୁଛି। ବିଧାନସଭା ଗେଟ୍‌ ସମ୍ମୁଖରେ ବିଜେଡି ବିଧାୟକ ଧାରଣାରେ ବସି, କାହାରିପୁ ଗୃହ ଭିତରକୁ ପୂରେଇ ଦେବୁ ନାହିଁ ବୋଲି କହିଛି । ସେହିପରି ଗାନ୍ଧୀ ମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କଂଗ୍ରେସ ବିଧାୟକ।

ତେବେ ସବୁଦିନ ଭଳି ଆଜି ମଧ୍ୟ ଗୃହ ଆରମ୍ଭରୁ ହିଁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ହୋହଲ୍ଲା ଦେଖିବାକୁ ମିଳିଥିଲା। ପୋଡ଼ିୟମ ଆଗରେ ବିରୋଧୀ ସଦସ୍ୟ ପ୍ରତିବାଦ କରିଥିଲେ। ଗୃହରେ ଘଣ୍ଟ ବାଡ଼େଇ କଂଗ୍ରେସ ସଦସ୍ୟ ପ୍ରତିବାଦ କରିଥିବା ବେଳେ ପ୍ଲାକାର୍ଡ ଧରି ଗୃହରେ ବିଜେଡି ବିଧାୟକଙ୍କ ନାରାବାଜିରେ ଗୃହ ଚଳେଇବା ଅସମ୍ଭବ ହୋଇପଡ଼ିଥିଲା। ଫଳରେ ୧୧ଟା ୩୦ ଯାଏଁ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି ସୁରମା ପାଢୀ। ବିରୋଧୀ କଂଗ୍ରେସ ନାରୀ ସୁରକ୍ଷା ପ୍ରସଙ୍ଗ ନେଇ ଗୃହ କମିଟି ଦାବି କରି ଘଣ୍ଟ, ବଂଶୀ, ମହୁରୀ ବଜାଇ ପ୍ରତିବାଦ ରକିଥିବା ବେଳେ ଶିକ୍ଷା ଏବଂ ନିଯୁକ୍ତିରେ ସଂରକ୍ଷଣ ଦାବି କରି ପ୍ରତିବାଦ କରିଥିଲା ବିଜେଡି । ଫଳରେ ଗୃହ ଅଚଳ ହୋଇପଡିଛି ।

ଅନ୍ୟପଟେ ବାରମ୍ବାର ଗୃହ ଅଚଳାବସ୍ଥାକୁ ନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି ଉପବାଚସ୍ପତି । ଆଲୋଚନା ପରେ କୌଣସି ନିଷ୍କର୍ସ ବାହାରିବା ନେଇ ଆଶା ।

 

Leave A Reply

Your email address will not be published.