ଭୁବନେଶ୍ବର: ନୂଆ ସରକାର ଆସିବାର ଗତ ୫ ମାସ ଭିତରେ ବହୁ କିଛି ଘଟିଲାଣି । କେନ୍ଦୁଝର ଏବଂ କଟକରେ ଦୁଷ୍କର୍ମ, ଆମ୍ବ ଟାକୁଆ ଖାଇ ମୁତ୍ୟୁ । ଯାହା ୨୪ ବର୍ଷରେ ହୋଇନଥିଲା । ପରିବର୍ତ୍ତନ ଆଣିବୁ, ପରିବର୍ତ୍ତନ ଆଣିବୁ କହି ପୂରା ଇତିହାସ ହିଁ ବଦଳାଇ ଦେଲେ ବୋଲି କହି ନୂଆ ସରକାରଙ୍କୁ ତାତ୍ସଲ୍ୟ କରିଛନ୍ତି ବିରୋଧି ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ୍ ।
ଏନେଇ ପ୍ରମିଳା କହିଛନ୍ତି, ସରକାର ଆସିବାର ଗତ ପାଞ୍ଚ ମାସରେ ବହୁ ଘଟଣା ଘଟିଲାଣି । କେନ୍ଦୁଝର ଓ କଟକରେ ଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀ ମୁଡଁ ଖୋଲୁନାହାନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଥରେ କହିବା କଥା, ରାଜ୍ୟରେ ଏପରି ହେବା କଥା ନୁହେଁ ବୋଲି ପ୍ରମିଳା କହିଛନ୍ତି । ଗତ ୨୪ ବର୍ଷ ଭିତରେ କେହି ଆମ୍ବ ଟାକୁଆ ଖାଇ ନଥିଲେ । ବିଜେପି ସରକାର ଖୁଆଇ ଦେଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ପରି ରାଜ୍ୟକୁ ବଳକା ରାଜ୍ୟ କରିଥିଲେ । ବର୍ତ୍ତମାନର ସରକାର ପରିବର୍ତନ ନାରା ଦେଇ ଆମ୍ବ ଟାକୁଆ ଖୁଆଇ ଦେଲେ । ଲୋକଙ୍କ ଜୀବନ ଗଲା । ହେଲେ ସରକାର ନିଦା ବିଷ୍ଣୁ ସାଜିଛନ୍ତି ।
ସେ ଏହା ବି କହିଛନ୍ତି, ବିଜେପି ସରକାର କହୁଛନ୍ତି, ସବୁ କାମର ରିପୋର୍ଟ କାର୍ଡ ଦେବେ । କେବଳ ନାଁ ରଙ୍ଗ ଓ କର୍ମଚାରୀ ପରିବର୍ତ୍ତନ କରିବା ଛଡା ଲୋକଙ୍କ ପାଇଁ ତ କିଛି କରିନାହାନ୍ତି । ସାଧାରଣ ଲୋକ ଯାହା ଆଶା କରିଥିଲେ, ତାହା ସରକାର କରିବାରେ ବିଫଳ ହୋଇଛନ୍ତି । ନାରୀ ଅତ୍ୟାଚାର ବଢ଼ି ଚାଲିଛି । ୟାକୁ ନେଇ କି ରିପୋର୍ଟ କାର୍ଡ ଦେବେ? ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା । ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ କେବଳ ବିଦେଶୀ ଗସ୍ତ କରି ଦଳୀୟ କାମ କଲେ ଲୋକଙ୍କ ପେଟ ପୁରିବ ନାହିଁ ବୋଲି କହି କଟାକ୍ଷ କରିଛନ୍ତି ପ୍ରମିଳା ।
Comments are closed.