କଟକ : ଆଲୋଚନା ପରେ ଆନ୍ଦୋଳନରୁ ହଟିଲେ ବିରୋଧୀ କର୍ପୋରେଟର । ଆଜି ସକାଳେ ସିଏମସି କାର୍ଯ୍ୟାଳୟରେ ମେୟର ଓ କମିଶନରଙ୍କ ଆସି ଆଲୋଚନା କରିବା ପରେ କର୍ପୋରେଟର ମାନେ ଧାରଣା ପ୍ରତ୍ୟାହୃତ କରିଛନ୍ତି । କିଛି ଦିନ ହେବ ମହାନଗର ନିଗମରେ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଆସୁଛି । ଯାହାକୁ ନେଇ ଦୀର୍ଘ ୫ ଦିନ ହେବ ବିରୋଧି ବିଜେପି ଓ କଂଗ୍ରେସର କର୍ପୋରେଟର ମାନେ ଧାରଣାରେ ବସିଥିଲେ ।
ସେହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ କର୍ପୋରେଟର ଗୁରୁତର ହୋଇପଡିଥିଲେ । ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ମେୟର ଏବଂ କମିଶନର ଆସି କର୍ପୋରେଟର ମାନଙ୍କ ସହ ଆଲୋଚନା କରିଛନ୍ତି । ଏବଂ ଦୁର୍ନୀତିର ତଦନ୍ତ କରାଯିବା ନେଇ ମେୟର ପ୍ରତିଶ୍ରୁତି ଦେବା ପରେ ସେମାନେ ଧାରଣାରୁ ଉଠିଛନ୍ତି । ଯଦି ମେୟର ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୁଅନ୍ତି, ତେବେ ପୁଣି ସେମାନେ ଧାରଣାରେ ବସି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
Comments are closed.