Latest Odisha News

BREAKING NEWS

ତ୍ରିପୁରାରୁ ଆସିଲା ଦୁଃଖଦ ଖବର, ମାତୃଭୂମି ପାଇଁ ପୁଣି ସହୀଦ ହେଲେ ଆଉ ଜଣେ ଓଡିଆ ଯବାନ

କଳାହାଣ୍ଡି: ତ୍ରିପୁରାରୁ ଆସିଲା ଦୁଃଖଦ ଖବର । ମାତୃଭୂମି ପାଇଁ ପୁଣି ସହିଦ ହେଲେ ଆଉ ଜଣେ ଓଡ଼ିଆ ଯବାନ । ଆସାମ ତ୍ରିପୁରାରେ କାର୍ଯ୍ୟରତ ଅବସ୍ଥାରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ସହିଦ ଯବାନ ଜଣଙ୍କ ହେଉଛନ୍ତି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ବେଲଖଣ୍ଡି ଗାଁର ଈଶ୍ୱର ଚନ୍ଦ୍ର ଦୋରା । ସେ ୨୦୦୯ ମସିହାରେ ବିଏସଏଫରେ ଯୋଗ ଦେଇଥିଲେ । ସେ ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା ବିଏସଏଫରେ କାର୍ଯ୍ୟରତ ଥିଲେ । ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ସେ ନେଇ କୌଣସି  ସଠିକ୍ ସୂଚନା ମିଳି ପାରିନାହିଁ ।

ସୂଚନା ଅନୁସାରେ, ବିଏସଏଫ ଯବାନ ଈଶ୍ୱର ଚନ୍ଦ୍ର ଦୋରା ବର୍ତ୍ତମାନ ରାଜସ୍ଥାନରେ ନିଯୁକ୍ତ ଥିବାବେଳେ କୌଣସି କାରଣ ବଶତଃ ତ୍ରିପୁରାକୁ ଯାଇଥିଲେ । ରାତିରେ ଡ୍ୟୁଟିରେ ଯାଇଥିବା ବେଳେ ସକାଳୁ ସକାଳୁ ତାଙ୍କର ମରଶରୀର ଉଦ୍ଧାର ହୋଇଥିଲା । କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ସେନେଇ କୌଣସି ସୂଚନା ମିଳିନଥିବା ବେଳେ କୌଣସି ଦୁର୍ଘଟଣା କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ସନ୍ଦେହ କରାଯାଉଛି । ଏନେଇ ତ୍ରିପୁରା ବିଏସଏଫ କମାଣ୍ଡେଣ୍ଟ ପକ୍ଷରୁ ପରିବାର‌ ଲୋକଙ୍କୁ ଅବଗତ କରାଯାଇଥିଲା । ଖବର ପାଇବା ପରେ ଏବେ ଈଶ୍ଵରଙ୍କ ପରିବାର ସହ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ଅକ୍ଟୋବର ମାସ ୨୨ ତାରିଖରେ ରାଜସ୍ଥାନରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଥିଲେ । ରାଜସ୍ଥାନ ସୀମାରେ ବିହାର ରେଜିମେଣ୍ଟରେ କାର୍ଯ୍ୟ କରୁଥିବା ଓଡ଼ିଆ ଯବାନ ସଚ୍ଚିଦାନନ୍ଦ ପ୍ରଧାନ ସହିଦ ହୋଇଥିଲେ ।

Leave A Reply

Your email address will not be published.