Latest Odisha News

BREAKING NEWS

‘କୋଶଳି ଭାଷା ହେଉ ରାଜ୍ୟ ଭାଷା’; ଦାବି କଲେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ବର: ବିଧାନସଭାରେ ଉଠିଲା କୋଶଳିକୁ ରାଜ୍ୟ ଭାଷାର ମାନ୍ୟତା ପ୍ରଦାନ ପ୍ରସଙ୍ଗ । ଗୃହରେ ଦାବି ରଖିଛନ୍ତି, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ରାଜ୍ୟ ବିଧାନସଭାରେ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ସମ୍ବଲପୁରୀ କୋଶଳିକୁ ଦ୍ବିତୀୟ ରାଜ୍ୟ ଭାଷାର ମାନ୍ୟତା ପ୍ରଦାନ କରିବା ଏବଂ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀ ଅନୁସାରେ ଏହାକୁ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଶୂନ୍ୟ କାଳରେ ଏହି ଦାବି ଉଠାଇ ପ୍ରସନ୍ନ କହିଛନ୍ତି, ଓଡ଼ିଶାର ୧୧ଟି ଜିଲ୍ଲାରେ ଦେଢ କୋଟିରୁ ଅଧିକ ଲୋକ କୋଶଳ ଭାଷା କୁହନ୍ତି । କୋଶଳ ସମୃଦ୍ଧ ସାହିତ୍ୟିକ ଐତିହ୍ୟ, ଏଥିରେ ରାମାୟଣ ଠାରୁ ଆରମ୍ଭ କରି ଅନେକ ଛୋଟ କାହାଣୀ, କବିତା ଏବଂ ପ୍ରକାଶିତ ପୁସ୍ତକ ରହିଛି । ଏହାର ନିଜସ୍ୱ ଅଭିଧାନ ମଧ୍ୟ ଅଛି । ରଙ୍ଗବତୀ ଗୀତ ସମ୍ବଲପୁରର,ଓଡ଼ିଶାର, ଯାହା ଏବେ ଭାରତ ଅତିକ୍ରମ କରି ସାରିଛି ।  ଛି ଛି ରେ ନନୀ ଗୀତକୁ ନେଇ ସାରା ଭାରତ ବର୍ଷରେ ଚର୍ଚ୍ଚା । ଅନେକ କୁହନ୍ତି ଏହି ଭାଷାର ଲିପି ନାହିଁ  କିନ୍ତୁ ଅନେକ ଭାଷାରେ ଲିପି ନାହିଁ କିନ୍ତୁ ସ୍ଵୀକୃତି ମିଳିଛି । ସମ୍ବଲପୁରୀ ହସ୍ତତନ୍ତ ଶାଢ଼ୀର ମଧ୍ୟ ପ୍ରସିଦ୍ଧି ରହିଛି । ଅଷ୍ଟମ ଅନୁସୂଚୀରେ ଏହାକୁ ସାମିଲ କରିବା ପାଇଁ ଦାବି ସଂସଦରେ ବହୁବାର ଉଠାଯାଇଛି। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅନେକ ଥର କେନ୍ଦ୍ର ନିକଟରେ ଏହି ପ୍ରସଙ୍ଗ ଉଠାଇଥିଲେ । ତେଣୁ, ରାଜ୍ୟ ସରକାର ଏହାକୁ ସାମିଲ କରିବା ପାଇଁ କେନ୍ଦ୍ରକୁ ଏକ ପ୍ରସ୍ତାବ ପଠାଇବା ଉଚିତ, ବୋଲି ଦାବି କରିଚନ୍ତି ପ୍ରସନ୍ନ ।

ଏଥିସହିତ ପ୍ରସନ୍ନ ଆହୁରି ମଧ୍ୟ କହିଛନ୍ତି ଯେ, ସମ୍ବିଧାନ ରାଜ୍ୟ ସରକାରଙ୍କୁ ଏକାଧିକ ଭାଷାକୁ ରାଜ୍ୟଭାଷା ମାନ୍ୟତା ପ୍ରଦାନ କରିବାର କ୍ଷମତା ମଧ୍ୟ ଦେଇଛି । ପଶ୍ଚିମାଞ୍ଚଳ ଲୋକଙ୍କ ଆକାଂକ୍ଷା ଏବଂ ଭାବନାକୁ ଧ୍ୟାନରେ ରଖି, ସରକାର ସମ୍ବଲପୁରୀ କୋଶାଳୀକୁ ରାଜ୍ୟଭାଷା ଭାବରେ ମାନ୍ୟତା ଦେବା ବିଷୟରେ ବିଚାର କରିବା ଉଚିତ । ଏଥିସହିତ ଭାଷା ଯୁଦ୍ଧ ଏବଂ ରାଜ୍ୟର ବିଘଟନକୁ ଏଡାଇବା ପାଇଁ ଏଭଳି ନିଷ୍ପତ୍ତି ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ପ୍ରସନ୍ନ ।

ତେବେ କହିରଖୁଛୁ, ଗତ ମାସରେ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କୋଶଳ ଅଞ୍ଚଳ ଓଡ଼ିଶା ସହିତ ମିଶ୍ରଣକୁ ନେଇ, ଏହା ଏକ୍ ଐତିହାସିକ ଭୁଲ ବୋଲି ସମ୍ବୋଧିତ କରିଥିଲେ । ଯାହାକୁ ନେଇ ଏକ ନୂତନ ବିବାଦ ସୃଷ୍ଟି ହୋଇଥିଲା । ପଶ୍ଚିମ ଓଡିଶା ଏବଂ କୋଶଳ ଭାଷା..ଆଲୋଚନାର ପରିସରକୁ ଆସିଥିଲା । ଜୟନାରାୟଣ ଅଭିଯୋଗ କରିଥିଲେ, ରାଜ୍ୟ ସରକାରଙ୍କ ଦ୍ବାରା ପଶ୍ଚିମ ଓଡ଼ିଶାକୁ ନେଇ ଗଠିତ କୋଶୟଳର ଲୋକମାନଙ୍କୁ ସମସ୍ତ କ୍ଷେତ୍ରରେ ଅବହେଳିତ କରାଯାଇଛି।  ସରକାର କୋଶଳ ଲୋକଙ୍କୁ, ତାଙ୍କର ସମ୍ପତ୍ତି, ଖଣି, କୃଷି, ଜଙ୍ଗଲକୁ ଶୋଷଣ କରୁଛନ୍ତି । ସେମାନେ ପୂର୍ବରୁ ଅନେକ କ୍ଷେତ୍ରରେ ଶୋଷିତ ହେଉଥିଲେ, ଏବଂ ଏବେ ତୁମେ ସାଂସ୍କୃତିକ ଭାବରେ ମଧ୍ୟ ଶୋଷଣ କରିବାକୁ ଚେଷ୍ଟା କରାଯାଉଛି । ଓଡ଼ିଶା ସାଙ୍ଗେ ମିଶି ଅନୁତାପ କରୁଛନ୍ତି ବୋଲି କହିତିଲେ ଜୟନାରାୟଣ, ଯାହାକୁ ନେଇ ଏହି ଭାଷା ବିବାଦ ତେଜିଥିଲା ।

Comments are closed.