Latest Odisha News

ଜି -୨୦ ଲୋଗୋରେ ପଦ୍ମ ଚିହ୍ନ, କଂଗ୍ରେସ କହିଲା ଲଜ୍ଜା ନାହିଁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଜି -୨୦ ଲୋଗୋ, ଥିମ୍ ଏବଂ ୱେବସାଇଟ୍ ଲଞ୍ଚ କରିଛନ୍ତି। ବର୍ତ୍ତମାନ କଂଗ୍ରେସ ଏହାର ଲୋଗୋ ସମ୍ପର୍କରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛି। ଜି -୨୦ ର ଅଫିସିଆଲ୍ ଲୋଗୋରେ ପଦ୍ମ ଚିହ୍ୱ ବ୍ୟବହାର କରିଥିବାରୁ କଂଗ୍ରେସ ବୁଧବାର ମୋଦୀ ସରକାରଙ୍କୁ ସମାଲୋଚନା କରିଛି।

କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ସେତେବେଳେ ଦଳୀୟ ପତାକାକୁ ଜାତୀୟ ପତାକା ତିଆରି କରିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି, କିନ୍ତୁ ବିଜେପି ଲଜ୍ଜାଜନକ ଭାବରେ ନିଜର ଦଳର ଚିହ୍ନକୁ ପ୍ରୋତ୍ସାହିତ କରିବାର ସୁଯୋଗ ହାତଛଡା କରିନାହିଁ। ସେ ଟ୍ୱିଟ୍ କରି ଏପରି କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ଏକ ଅନଲାଇନ୍ କାର୍ଯ୍ୟକ୍ରମରେ ଭାରତର ଜି -୨୦ ଦେଶର ଅଧ୍ୟକ୍ଷ ଭାରତ କରୁଥିବାରୁ ଏହାର ଲୋଗୋ, ଥିମ୍ ଏବଂ ୱେବସାଇଟ୍ ଉନ୍ମୋଚନ କରିଛନ୍ତି। ଡିସେମ୍ବର ୨ରେ ଭାରତ ବର୍ତ୍ତମାନର ଅଧ୍ୟକ୍ଷ ଇଣ୍ଡୋନେସିଆରୁ ଏହି ଶକ୍ତିଶାଳୀ ଗୋଷ୍ଠୀର ଅଧ୍ୟକ୍ଷତା ଗ୍ରହଣ କରିବ।

୨୦ଟି ଦେଶର ଗ୍ରୁପ୍ ଯଥା ଜି -୨୦ ହେଉଛି ବିଶ୍ୱର ପ୍ରମୁଖ ବିକଶିତ ତଥା ବିକାଶଶୀଳ ଅର୍ଥନୀତିର ଏକ ଫୋରମ୍। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ ଭାରତର ବିକାଶ ଯାତ୍ରା ବିଷୟରେ ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ସ୍ୱାଧୀନତା ପରେ ଭାରତକୁ ଆଗକୁ ନେବାରେ ସମସ୍ତ ସରକାର ଏବଂ ଲୋକମାନେ ନିଜସ୍ୱ ସହଯୋଗ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ବିଶ୍ୱକୁ ଦେଖାଇପାରେ ଯେ ଯେତେବେଳେ ଲୋକତନ୍ତ୍ର ଏକ ସଂସ୍କୃତିରେ ପରିଣତ ହୁଏ, ସେତେବେଳେ ସଂଗ୍ରାମର ପରିସର ଶେଷ ହୋଇପାରେ।

ସେହିପରି ଲୋଗୋରେ ପଦ୍ନ ଚିହ୍ନର ବ୍ୟବହାରକୁ ନେଇ ମୋଦୀ କହିଛନ୍ତି, ‘ଲୋଗୋ’ରେ ଥିବା ପଦ୍ମ ଫୁଲ ଭାରତର ପୌରାଣିକ ଐତିହ୍ୟ, ବିଶ୍ୱାସ ଏବଂ ବୁଦ୍ଧିକୁ ଦର୍ଶାଏ। ଏହି ଘଟଣାକୁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଐତିହାସିକ ବୋଲି କହିଛନ୍ତି। ୨୦୨୩ ମସିହାରେ ଭାରତ ଜି -୨୦ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି।

Comments are closed.