ଭୁବନେଶ୍ବର: ପୁରୀ ଶରଧାବାଲିରେ ୩ ଜଣଙ୍କ ମୃତ୍ୟୁ ନେଇ ଶୋକ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଦଳାଚକଟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ସେ ସମବେଦନା ଜଣାଇବା ସହିତ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଏହା ସହ ସେ ପୋଷ୍ଟରେ ସେ ଲେଖିଛନ୍ତି ଯେ, ରଥଯାତ୍ରା ଦିନ ଶହ ଶହ ଶ୍ରଦ୍ଧାଳୁ ଆହତ ହେଲେ । ଘଟଣା ସବୁ ସରକାରଙ୍କ ଅକ୍ଷମତାକୁ ଦର୍ଶାଉଛି । ଭିଡ଼କୁ ପରିଚାଳନା କରିବା ପାଇଁ କୌଣସି ସରକାରୀ ବ୍ୟବସ୍ଥା ନ ଥିଲା ।

ନନ୍ଦିଘୋଷ ଟାଣିବାରେ ବିଳମ୍ବକୁ ମହାପ୍ରଭୁଙ୍କ ଇଚ୍ଛା କହିବା ଆଶ୍ଚର୍ଯ୍ୟଜନକ ବୋଲି କହିଥିବାବେଳେ ଏଥିପାଇଁ ପ୍ରଶାସନକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି ନବୀନ । ଆଗକୁ ଆଡ଼ପ ବିଜେ, ବାହୁଡା, ସୁନାବେଶ ପାଇଁ ସଂଶୋଧନମୂଳକ ପଦକ୍ଷେପ ନେବା ପାଇଁ ପ୍ରଶାସନକୁ ଉଚିତ ପଦକ୍ଷେପ ନିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ନବୀନ ।
ସୂଚନାଯୋଗ୍ୟ, ଶରଧାବାଲିରେ ରବିବାର ଭୋର ୪ଟାରେ ପ୍ରଶାସନର ଦାୟିତ୍ୱହୀନତା କାରଣରୁ ଅନେକ ଭକ୍ତ ଆହତ ହୋଇଥିବା ବେଳେ ଠେଲାପେଲାରେ ଗୁଣ୍ଡିଚା ମନ୍ଦରି ସମ୍ମୁଖରେ ୩ ଭକ୍ତଙ୍କ ମୃତ୍ୟୁ ଘଟିଛି ।
Comments are closed.