Latest Odisha News

BREAKING NEWS

ମୋହନ ସରକାରକୁ ବିରୋଧି ନେତାଙ୍କ ଟାର୍ଗେଟ୍‌

ଭୁବନେଶ୍ଵର: ଗୃହ ବିଭାଗ ଖର୍ଚ୍ଚଦାବିକୁ ନେଇ ମୋହନ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀଦଳ ନେତା । ବାଲେଶ୍ବର ଓ ଜଟଣୀରେ ସାମ୍ପ୍ରଦାୟିକ ହିଂସା କଥା ଉଠାଇ ବିରୋଧ କରିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ଏଥିସହ ରଥଯାତ୍ରା ଅବ୍ୟବସ୍ଥା, ମହାପ୍ରଭୁ ବଳଭଦ୍ର ତଳେ ପଡ଼ିଯିବା ଘଟଣା, ଚିକିଟି ମଦ ମୃତ୍ୟୁ, ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗକୁ ଉଠାଇବା ସହ ମୋହନ ସରକାରଙ୍କୁ ଟାର୍ଗେଟ୍‌ କରି ନବୀନ କହିଛନ୍ତି ଯେ, ମୋ ସରକାରରେ ଆଇନ ବିଶୃଙ୍ଖଳା ହୋଇନି । ଏସବୁ ଘଟଣା ଅତ୍ୟନ୍ତ ଚିନ୍ତାଜନକ । ଯେକୌଣସି ପରିସ୍ଥିତିରେ ଓଡ଼ିଶାରେ ଶାନ୍ତି ବଜାୟ ରହିବା ଦରକାର ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ସେପଟେ ଭୁବନେଶ୍ୱର କ’ଣ ପ୍ରକୃତରେ ସ୍ମାର୍ଟସିଟି ବୋଲି ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ସମାରୋହରେ ଯୋଗଦେଇ ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଆଧୁନିକୀକରଣ ଲୋକଙ୍କ ନିକଟରେ ପହଞ୍ଚିଛି କି? ସାମାନ୍ୟ ବର୍ଷା ହେଲେ ଇସ୍କନ ନିକଟରେ କୃତ୍ରିମ ବନ୍ୟା ହେଉଛି। ମୁକୁଳା ଡ୍ରେନ୍‌ରେ ପଡ଼ି ଲୋକଙ୍କ ଜୀବନ ଯାଉଛି। ସ୍ମାର୍ଟସିଟିର ସମସ୍ତ ମାଷ୍ଟର ପ୍ଲାନ୍‌ ପୂରଣ ହୋଇପାରିନି। ଯଦ୍ଵାରା ଏପରି ଘଟଣାମାନ ଘଟୁଛି। ଏନେଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

 

Comments are closed.