Latest Odisha News

BREAKING NEWS

ଖୁବଶୀଘ୍ର ବିଜେପି ବିରୋଧୀ ଦଳ ବୈଠକର ତାରିଖ ଏବଂ ସ୍ଥାନ ଘୋଷଣା ହେବ: ଜେଡିୟୁ

ନୂଆଦିଲ୍ଲୀ: ବିରୋଧୀ ଏକତା ଦିଗରେ ନିଜର ପ୍ରୟାସ ଜାରି ରଖିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର। ଏହି କ୍ରମରେ ସୋମବାର ଦିଲ୍ଲୀରେ ପହଞ୍ଚିକଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଛନ୍ତି ନୀତୀଶ। ଏହି ଅବସରରେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ଜେଡିୟୁ ଜାତୀୟ ସଭାପତି ଲଲନ ସିଂ ଏବଂ ବିହାର ସରକାରରେ ମନ୍ତ୍ରୀ ସଞ୍ଜୟ ଝା ମଧ୍ୟ ଉପସ୍ଥିତ ଥିଲେ।

ଏହାପୂର୍ବରୁ ଏପ୍ରିଲ ୧୨ ରେ ନୀତୀଶ କୁମାର ରାହୁଲ ଗାନ୍ଧୀ ଓ କଂଗ୍ରେସ ସଭାପତିଙ୍କୁ ଭେଟିଥିଲେ। ସୋମବାର ବୈଠକ ପରେ ଜେଡିୟୁ ଜାତୀୟ ସଭାପତି ଲଲନ ସିଂ କହିଛନ୍ତି ଯେ ବିଜେପି ବିରୋଧୀ ଦଳର ପ୍ରସ୍ତାବିତ ବୈଠକ କେଉଁଠାରେ ଓ କେବେ ଅନୁଷ୍ଠିତ ହେବ, ତାହା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଘୋଷଣା କରାଯିବ।

ଏଥିସହ କଂଗ୍ରେସ ସାଧାରଣ ସମ୍ପାଦକ କେସି ଭେନୁଗୋପାଲ ରାଓ ମଧ୍ୟ କହିଛନ୍ତି ଯେ ଗୋଟିଏ ମଞ୍ଚରେ ବିଜେପି ବିରୋଧୀ ଦଳକୁ ଆଣିବା ପାଇଁ ହେବାକୁ ଥିବା ବୈଠକ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଘୋଷଣା କରାଯିବ। ଏହି ସଭାରେ ବହୁ ସଂଖ୍ୟକ ଦଳ ଅଂଶଗ୍ରହଣ କରିବେ।

ମହାମେଣ୍ଟରେ ଯୋଗଦେବା ପରେ ନୀତୀଶ କୁମାର ବିଜେପି ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ଦିଗରେ ନିୟୋଜିତ ଅଛନ୍ତି। ଏହି ସଂପର୍କରେ ସେ ବିରୋଧୀଙ୍କୁ ଗୋଟିଏ ପ୍ଲାଟଫର୍ମରେ ଆଣିବା ପାଇଁ ଗତ ୧୦ ମାସ ମଧ୍ୟରେ ଚତୁର୍ଥ ଥର ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହା ସହିତ ସେ ଦିଲ୍ଲୀ, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଏବଂ ଭୁବନେଶ୍ୱରରେ ମଧ୍ୟ ଆସିଛନ୍ତି। ଗତ ମାସରେ ନୀତୀଶ କୁମାର ମମତା ବାନାର୍ଜୀଙ୍କୁ ଭେଟିଥିଲେ।

Leave A Reply

Your email address will not be published.