ନୂଆଦିଲ୍ଲୀ: ଏକାଠି ହେଲେ ବିରୋଧୀ । ୨୦୨୪ରେ ଏନଡିଏକୁ ମାତ ଦେବା ପାଇଁ କମର କସିଲେ । ୨୬ ବିରୋଧୀ ଦଳ ମିଶି ଗଢିଲେ ଇଣ୍ଡିଆ ଅର୍ଥାତ ଇଣ୍ଡିଆନ ନାଶନାଲ ଡେମୋକ୍ରାଟିକ ଇନକ୍ଲୁସିଭ ଆଲାଏନ୍ସ ।
ବିରୋଧୀ ମହାମେ ଗଠନ ପାଇଁ ଆୟୋଜିତ ୨ୟ ବୈଠକର ଆଜି ୨ୟ ଦିନ । ଆଜିର ବୈଠକରେ ବିରୋଧୀ ନେତାମାନେ ଭାଜପାକୁ ଟାର୍ଗେଟରେ ରଖି ଗଢିଛନ୍ତି ନୂଆ ଦଳ ଯାହା ନାଁ ରହିଛି ଇଣ୍ଡିଆ । ମୋର୍ଚ୍ଚାର ଟାଗ ଲାଇନ ରହିଛି ୟୁନାଇଟେଡ ଉଇ ଷ୍ଠାଣ୍ଡ… । ଇଣ୍ଡିଆର ପରବର୍ତ୍ତୀ ବୈଠକ ମୁମ୍ବାଇରେ ହେବ। ୨୦୨୪ ନିର୍ବାଚନ ପାଇଁ ଦିଲ୍ଲୀରେ ସଚିବାଳୟ ଖୋଲିବ।
ଏହି ନୂଆଦଳର ଅଧ୍ୟକ୍ଷ ପଦରେ ଅଛନ୍ତି ସୋନିଆ ଗାନ୍ଧୀ ଏବଂ ସଂଯୋଜକ ପଦବୀରେ ଅଛନ୍ତି ନୀତିଣ କୁମାର । ମେଣ୍ଟର ବରିଷ୍ଠ ନେତାମାନେ ମଙ୍ଗଳବାର କହିଥିଲେ ଏଠାରେ ଔପଚାରିକ ବୈଠକ ଆରମ୍ଭ ହୋଇ ଯାଇଛି । ୨୦୨୪ ନିର୍ବାଚନରେ ବିଜେପିକୁ ମାତ ଦେବା ପାଇଁ ନୂଅ ଦଳ ଗଠନ ହୋଇ ଯାଇଛି । ଏଥିସହିତ ଆଗାମୀ ନିବାଚନ ପାଇଁ ରଣନୀତି ବିଷୟରେ ମଧ୍ୟ ଆଲୋଚନା ହୋଇଛି ।
ବିରୋଧୀ ନେତା କହିଥିଲେ, ବେଙ୍ଗାଲୁର ବୈଠକର ଉଦ୍ଦେଶ୍ୟ ଥିଲା ଦେଶ, ଗଣତନ୍ତ୍ର ଏବଂ ସମ୍ବିଧାନର ସୁରକ୍ଷା କରିବା ।ଅନ୍ୟପକ୍ଷେ କଂଗ୍ରେସ ନତୋ ମଲ୍ଲିକାର୍ଜ୍ଜୁନ ଖଡଗେ କହିଥିଲେ, କ୍ଷମତା କିମ୍ବା ପ୍ରଧାନମନ୍ତ୍ରୀ ଦଳ ପାଇଁ କଂଗ୍ରସେର କୌଣସି ଆଗ୍ରହ ନାହିଁ । ମେଣ୍ଟର ଏକମାତ୍ର ଲକ୍ଷ୍ୟ ରହିବ କେବଳ ବିଜେପିକୁ ମାତ ଦେବା । ଟିଏମସି ମୁଖ୍ୟ ମମତା ବାନାର୍ଜୀ କହିଥିଲେ, ଆଜିର ବୈଠକ ବହୁତ ଭଲ ହେଲା। ଆଜିଠାରୁ ପ୍ରକୃତ ଚାଲେଞ୍ଜ ଆରମ୍ଭ ହେଲା ।
ଏହି ବୈଠକରେ ରାଷ୍ଟବାଦୀ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ଶରଦ ପା:ାର ଯୋଗ ଦେଇଥିଲେ । ଶରଦ ପା:ାର ଗତକାଲି ଯୋଗ ଦେଇ ନ ଥିଲ ହେଲେ ଆଜିର ବୈଠକରେ ସାମିଲ ହୋଇଥିଲେ । ୨ୟ ଦିନ ବୈଠକରେ କଂଗ୍ରେସ ସଂସଦୀୟ ଦଳ ମୁଖ୍ୟ ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାରଜ୍ଜୁ ଖଡଗେ, ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଟିଏମସି ଅଧ୍ୟକ୍ଷ ମମତା ବାନାର୍ଜୀ,ନୀତିଶ କୁମାର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କ.ଷ୍ଟାଲିନ, ଲାଲୁ ଯାଦବ, ଉଦ୍ଧବ ଠାକରେ, ହେମନ୍ତ ସୋରେନ ପ୍ରମୁଖ ସାମିଲ ହୋଇଥିଲେ ।
Comments are closed.