Latest Odisha News

BREAKING NEWS

ଶାହାରୁଖ ଖାନଙ୍କ ଫିଲ୍ମ ‘ଡଙ୍କି’ କୁ ନେଇ ତାପସୀ ପନ୍ନୁ କଲେ ବଡ଼ ଖୁଲାସା

ମୁମ୍ବାଇ: ଆଜିକାଲି ଲାଇମଲାଇଟଠାରୁ ଦୂରରେ ଅଛନ୍ତି ତାପସୀ ପନ୍ନୁ। ଜଣେ ଦମଦାର ଅଭିନେତ୍ରୀ ଭାବେ ଜଣାଶୁଣା ତାପସୀ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କ୍ୱଚିତ୍ ଆଲୋଚନା କରନ୍ତି। ନିକଟରେ ସେ ଇନଷ୍ଟାଗ୍ରାମରେ ‘ଆସ୍କ ମି ଏନିଥିଂ ସେଶନ’ କରିଥିଲେ। ବେଶ କିଛି ଦିନ ହେବ ବଲିଉଡ ତାରକା ତାପସି ପନ୍ନୁ ସୋସିଆଲ ମିଡିଆରେ ଆକ୍ଟିଭ ନଥିଲେ। କିନ୍ତୁ ଏବେ ଏକ ସର୍ଟ ବ୍ରେକ ପରେ ନାୟିକା ଫ୍ୟାନଙ୍କ ସହ ଇନଷ୍ଟାଗ୍ରାମରେ ଚିଟଚାଟ କରିଛନ୍ତି। ଏହି ସମୟରେ ତାଙ୍କ ପ୍ରଶଂସକଙ୍କ ସହ ସେ ଆନେକ ବାର୍ତ୍ତାଳାପ କରିଥିଲେ। ତାଙ୍କ ପ୍ରେମ ଜୀବନ, ​​ଆଗାମୀ ଛୁଟି ଯୋଜନା, ଚଳଚ୍ଚିତ୍ର ଏବଂ ସୋସିଆଲ ମିଡିଆଠାରୁ ଦୂରରେ ରହିବାର କାରଣ ବିଷୟରେ କହିଥିଲେ।

ଏହି ସେଶନରେ ଜଣେ ୟୁଜର୍ସ ତାପସୀ ପନ୍ନୁଙ୍କୁ ଶାହାରୁଖ ଖାନଙ୍କ ଅଭିନୀତ ‘ଡଙ୍କି’ ବିଷୟରେ ପଚାରିଥିଲେ। ଏହାର ଉତ୍ତରରେ ସେ ଏକ ଭିଡିଓ ସେୟାର କରି କହିଥିଲେ, “ମୁଁ କେବଳ ଏତିକି ଜାଣେ ଯେ ମୋତେ କିଛି ଦିନ ପାଇଁ ସୁଟିଂ କରିବାକୁ ପଡିବ ଏବଂ ଅଧିକ ବିବରଣୀ ପାଇଁ ଆପଣ ଫିଲ୍ମର ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କୁ ପଚାରିବା ଉଚିତ। ଫିଲ୍ମକୁ ନେଇ ପ୍ରକୃତରେ କଣ ଘଟୁଛି କେବଳ ସେ ହିଁ ଜାଣନ୍ତି। ପ୍ରଥମ ଲୁକ୍ କେବେ ଆସିବ ଏବଂ କଣ ରହିବ ସେ ସମ୍ପର୍କରେ ମୁଁ ଅଜ୍ଞ। ମୁଁ କେବଳ ସେଠାକୁ ଯାଇ ସୁଟିଂ କରି ଫେରି ଆସିବାକୁ ଚାହୁଁଛି। ମୁଁ ଖୁସି ଯେ ମୁଁ ସେହି ଫିଲ୍ମର ଏକ ଅଂଶ ଅଟେ।”

ସୋସିଆଲ ମିଡିଆଠାରୁ ଦୂରରେ ରହିବା ବିଷୟରେ ଅଭିନେତ୍ରୀ କହିଛନ୍ତି, “ଯେତେବେଳେ ମୁଁ ସୋସିଆଲ ମିଡିଆରେ ଯୋଗ ଦେଇଥିଲି, ସେତେବେଳେ ମୁଁ ଅନୁଭବ କଲି ଯେ ଏହା ଲୋକଙ୍କ ସହ ଯୋଡିହେବା, କଥାବାର୍ତ୍ତା ଏବଂ ଏକ ସକରାତ୍ମକ ପରିବେଶ ସୃଷ୍ଟି କରିବ। କିନ୍ତୁ ଧୀରେ ଧୀରେ ଲୋକେ ଏଠାରେ ବିଷାକ୍ତ ପରିବେଶ ସୃଷ୍ଚି କରିବା ଭଳି ଏକ ମାଧ୍ୟମ ହୋଇଗଲା। ଲୋକମାନେ ଏହାକୁ ଦୁରୁପଯୋଗ କରନ୍ତି। ତେଣୁ ମୁଁ ଏହି ପରିବେଶକୁ ପସନ୍ଦ କରୁ ନଥିଲି ଏବଂ ତେଣୁ ମୁଁ ମୋର ଶୁଭାକାଂକ୍ଷୀମାନଙ୍କୁ ଅନ୍ୟତ୍ର ଭେଟିବାକୁ ନିଷ୍ପତ୍ତି ନେଇଛି।”

ଫିଲ୍ମ ‘ଡଙ୍କି’ ର ଅଫିସିଆଲ୍ ରିଲିଜ୍ ତାରିଖ ଘୋଷଣା ହୋଇନାହିଁ। ଫିଲ୍ମ ‘ଡଙ୍କି’ର ନିର୍ଦ୍ଦେଶକ ରାଜକୁମାର ହିରାନୀ ଏବଂ ତାପସୀଙ୍କ ସହ ଶାହରୁଖଙ୍କ ପ୍ରଥମ ଚଳଚ୍ଚିତ୍ର। ଖବର ମୁତାବକ, ଅଭିନେତା ବିକି କୌଶଲ ଏହି ଚଳଚ୍ଚିତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବେ। ‘ଡଙ୍କି’ ବ୍ୟତୀତ ତାପସୀ ଖୁବ୍ ଶୀଘ୍ର ‘ବିକ୍ରାନ୍ତ ମୈସୀ’ ଏବଂ ସନ୍ନି କୌଶଲଙ୍କ ସହ ‘ଫିର ଆଇ ହସିନ୍ ଦିଲ୍ରୁବା’ରେ ନଜର ଆସିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ଜୟପ୍ରଦ ଦେଶାଇ। ଭିନି ମାଥ୍ୟୁଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ କାନିକା ଢିଲନଙ୍କ ଦ୍ୱାରା ଲିଖିତ ‘ହସିନ୍ ଦିଲ୍ରୁବା’ ଜୁଲାଇ ୨୦୨୧ ରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ପ୍ରଦର୍ଶିତ ହୋଇଥିଲା।

Leave A Reply

Your email address will not be published.