Latest Odisha News

BREAKING NEWS

ଉପବାଚସ୍ପତି ଆସନ ନଦେଲେ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେବେ ବିରୋଧୀ!

ନୂଆଦିଲ୍ଲୀ: ଯଦି ଉପବାଚସ୍ପତି ପଦ ବିରୋଧୀ ଶିବିରକୁ ନ ଦିଆଯାଏ ତେବେ ବିରୋଧୀ ଦଳମାନେ ଅଷ୍ଟାଦଶ ଲୋକସଭାରେ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା।

ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍ ୨୪ରୁ ଆରମ୍ଭ ହୋଇ ଜୁଲାଇ ୩ରେ ଶେଷ ହେବ। ୯ ଦିନ ଧରି ଚାଲିବାକୁ ଥିବା ଏହି ସ୍ୱତନ୍ତ୍ର ଅଧିବେଶନରେ ଆସନ୍ତା ୨୬ ତାରିଖରୁ ବାଚସ୍ପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ।

ସପ୍ତଦଶ ଲୋକସଭାରେ ବିଜେପିର ଓମ୍ ବିର୍ଲା ବାଚସ୍ପତି ଥିବା ବେଳେ ଉପବାଚସ୍ପତି ପଦ ଖାଲି ପଡ଼ିଥିଲା। ୨୩୩ଟି ଆସନରେ ଇଣ୍ଡିଆ ମେଂଟ ବିଜୟୀ ହେବା ପରେ ବିରୋଧୀ ଦଳ ପୂର୍ବ ଅପେକ୍ଷା ମଜବୁତ ହୋଇଛି। ଅନ୍ୟପକ୍ଷରେ ଏନଡିଏ କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଠନ କରିବାରେ ସଫଳ ହୋଇଥିଲେ ମଧ୍ୟ ଉତ୍ତରପ୍ରଦେଶ, ରାଜସ୍ଥାନ ଓ ହରିୟାଣା ସମେତ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବଡ଼ ଧରଣର ପରାଜୟର ସମ୍ମୁଖୀନ ହୋଇଛି।

୧୦ ବର୍ଷର ବ୍ୟବଧାନ ପରେ ମେଣ୍ଟ ସରକାର କ୍ଷମତାକୁ ଆସିବା ପରେ ଏନଡିଏ ଦଳଗୁଡ଼ିକ ଏହି ପଦ ଉପରେ ନଜର ରଖିଥିବାରୁ ବାଚସ୍ପତିଙ୍କ କ୍ଷମତା ପୁଣି ଲୋକଙ୍କ ମନରେ ଫେରିଛି।

ବାଚସ୍ପତିଙ୍କ ସହ ଉପବାଚସ୍ପତି ଙ୍କ ନିର୍ବାଚନ ପାଇଁ ମଧ୍ୟ ସମ୍ବିଧାନରେ ବ୍ୟବସ୍ଥା ରହିଛି, ଯିଏ ତାଙ୍କ ଅନୁପସ୍ଥିତିରେ ବାଚସ୍ପତିଙ୍କ ଦାୟିତ୍ୱ ନିର୍ବାହ କରିବେ। ସୂଚନାଯୋଗ୍ୟ, ଉପବାଚସ୍ପତି ସମ୍ବିଧାନ ଅନୁଯାୟୀ ଏକ ସ୍ବାଧୀନ କାର୍ଯ୍ୟାଳୟ ଏବଂ ବାଚସ୍ପତିଙ୍କ ଅଧୀନରେ ନାହିଁ।

Leave A Reply

Your email address will not be published.