Latest Odisha News

ଗୋୟଲଙ୍କ ଇସ୍ତଫା ପରେ ସରକାରଙ୍କୁ ବିରୋଧୀଙ୍କ ପ୍ରଶ୍ନ; ନିର୍ବାଚନ ଆୟୋଗ ଉପରେ କାହା ଚାପ ?

ନୂଆଦିଲ୍ଲୀ: ନିର୍ବାଚନ କମିଶନର ପଦରୁ ଅରୁଣ ଗୋୟଲଙ୍କ ଇସ୍ତଫା ପରେ  ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ ଦଳ  । କଂଗ୍ରେସ ଓ ସମାଜବାଦୀ ପାର୍ଟି କହିଛି ଯେ ଏହି ଘଟଣା ସିଧାସଳଖ ପ୍ରଶ୍ନ ଉଠାଉଛି ଯେ ନିର୍ବାଚନ ଆୟୋଗ  ପରି ସାମ୍ୱିଧାନିକ ଅନୁଷ୍ଠାନ ଉପରେ କାହାର ଚାପ ରହିଛି? ମୁଖ୍ୟ ନିର୍ବାଚନ କମିଶନର (ସିଇସି) କିମ୍ୱା ସରକାରଙ୍କ ସହ କୌଣସି ମତଭେଦ ହେତୁ ଅରୁଣ ଗୋୟଲ ଏହି ପଦକ୍ଷେପ ନେଇଛନ୍ତି କି ବୋଲି କଂଗ୍ରେସ ପ୍ରଶ୍ନ କରିଛି?

କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ପଚାରିଛନ୍ତି ଯେ, ଅରୁଣ ଗୋୟଲ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛନ୍ତି ।  ନା ସେ କୋଲକତା ହାଇକୋର୍ଟର ପୂର୍ବତନ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ପରି ଭାରତୀୟ ଜନତା ପାର୍ଟି (ବିଜେପି)ର ଟିକେଟରେ ଲୋକସଭା ନିର୍ବାଚନ ଲଢ଼ିବାକୁ ଇସ୍ତଫା ଦେଇଛନ୍ତି ।

ସେହପରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାରଗେ କହିଛନ୍ତି ଅପେକ୍ଷା କରିବାକୁ ପଡ଼ିବ ଆଗାମୀ ଦିନରେ ସେ କ’ଣ କରିବେ ।

ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ସରକାରରେ  ଏହା ଅନେକ ଥର ଘଟିଛି । ଯେଉଁଠାରେ  ଚାପ ଥାଏ, ଅଧିକାରୀମାନଙ୍କୁ କମିଶନ ଛାଡିବାକୁ ପଡୁଥିଲା । ସମ୍ୱିଧାନ ସଂସ୍ଥା ନିର୍ବାଚନ ଆୟୋଗଙ୍କ ଉପରେ ଚାପ ରହିଛି, ତାହା ମଧ୍ୟ ଲୋକସଭା ନିର୍ବାଚନ ପୂର୍ବରୁ ।

ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ୨୦୨୪  କାର୍ଯ୍ୟସୂଚୀ ଘୋଷଣା ହେବାର କିଛି ଦିନ ପୂର୍ବରୁ ଶନିବାର ଦିନ ଆଇଏଏସ୍ ଅଧିକାରୀ ଅରୁଣ ଗୋୟଲ ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ କାର୍ଯ୍ୟକାଳ ୨୦୧୭ ପର୍ଯ୍ୟନ୍ତ ଥିଲା ।  ସେ ପଞ୍ଜାବ କ୍ୟାଡରର ୧୯୮୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଥିଲେ । ୨୦୨୨ ନଭେମ୍ୱରରେ ସେ ନିର୍ବାଚନ ଆୟୋଗରେ ଯୋଗ ଦେଇଥିଲେ । ଫେବୃଆରୀରେ ଅନୁପ  ଚନ୍ଦ୍ର ପାଣ୍ଡେଙ୍କ ଅବସର ପରେ ଏବଂ ଅରୁଣ ଗୋୟଲଙ୍କ ଇସ୍ତଫା ପରେ  ତିନି ସଦସ୍ୟ ବିଶିଷ୍ଟ ନିର୍ବାଚନ ଆୟୋଗରେ କେବଳ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସଦସ୍ୟ ଅଛନ୍ତି ।

Leave A Reply

Your email address will not be published.