Latest Odisha News

BREAKING NEWS

ସାଇ ଇଣ୍ଟରନ୍ୟାସନାଲ ରେସିଡେନସିଆଲ ସ୍କୁଲ ଚାମ୍ପିୟନ୍ସ ଟ୍ରଫି ସିଜନ-୩, କ୍ରିକେଟପ୍ରେମୀଙ୍କୁ କରିବ ଆକୃଷ୍ଟ

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ ରେସିଡେନସିଆଲ ସ୍କୁଲ ଚାମ୍ପିଅନ୍ସ ଟ୍ରଫିର ତୃତୀୟ ସଂସ୍କରଣ ପାଇଁ କ୍ରିକେଟ୍ ପ୍ରେମୀମାନେ ପ୍ରସ୍ତୁତ ହେଉଥିବା ବେଳେ ଏହାକୁ ନେଇ ସ୍କୁଲ ପରିସରରେ ଉତ୍ସାହ ଦେଖିବାକୁ ମିଳିଛି। ବହୁ ପ୍ରତୀକ୍ଷିତ ଖେଳାଳି ନିଲାମ ସହ ଏହି ରୋମାଞ୍ଚକର ଯାତ୍ରାର ଶୁଭାରମ୍ଭ ହୋଇଛି, ଯାହା ଏକ ଅବିସ୍ମରଣୀୟ କ୍ରିକେଟ୍ ପ୍ରତିଯୋଗିତା ପାଇଁ ମଞ୍ଚ ପ୍ରସ୍ତୁତ କରିଛି।

ଆଇପିଏଲର ଚମତ୍କାର ଫର୍ମାଟରୁ ଅନୁପ୍ରାଣିତ ହୋଇ ଏସଆଇଆରଏସ ଚାମ୍ପିୟନ୍ସ ଟ୍ରଫି ପ୍ରତିଭା, ଉତ୍ସାହ ଏବଂ ବନ୍ଧୁତ୍ୱର ଏକ ଆକର୍ଷଣୀୟ ମିଶ୍ରଣ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛି। କୋହଲି ୱାରିୟର୍ସ, ଗାଙ୍ଗୁଲି ଗ୍ୟାଙ୍ଗ, ସଚିନ ସ୍ମାଶର୍ସ, ଧୋନି ଡେଭିଲ୍ସ, ସେହୱାଗ ସ୍ୱାଗର୍ସ ଏବଂ ଡେଭିଡ୍ ଡଜର୍ସ ନାମରେ ନିଜ ସ୍ୱପ୍ନର ଦଳକୁ ଏକାଠି କରାଯାଇଛି।

ଏସଆଇଆରଏସ ଚାମ୍ପିୟନ୍ସ ଟ୍ରଫି ଅନ୍ଯ ଟ୍ରଫି ତୁଳନାରେ ଟିକିଏ ନିଆରା। କାରଣ ଏଠାରେ ଅନ୍ତର୍ଭୁକ୍ତୀକରଣ ଏବଂ ବିବିଧତା ପ୍ରତି ଏହାର ଅତୁଟ ପ୍ରତିବଦ୍ଧତା। ପ୍ରତ୍ୟେକ ଦଳରେ ବାଳକ ଓ ସର୍ବନିମ୍ନ ଦୁଇ ଜଣ ବାଳିକାଙ୍କୁ ମିଶାଇ ୧୧ ଜଣ ଖେଳାଳି ଏବଂ ଜଣେ ବାଧ୍ୟତାମୂଳକ ଶିକ୍ଷକ ଥିବାରୁ ଏହି ଟୁର୍ଣ୍ଣାମେଣ୍ଟ ଲିଙ୍ଗ ଓ ବୟସ ନିର୍ବିଶେଷରେ ପ୍ରତିଭାମାନଙ୍କ ପାଇଁ ସୁଯୋଗ ରହିଛି।

ଏହି ଅନନ୍ୟ ମିଶ୍ରଣ ଏକ ଭଲ ଖେଳକୁ ସୁନିଶ୍ଚିତ କରେ। ଯେଉଁଠାରେ ପ୍ରତ୍ୟେକ ଖେଳାଳି ନିଜର ପ୍ରତିଭା ଦେଖାଇ ନିଜ ନାଁକୁ ଆଗକୁ ବଢାଇପାରିବେ । ୨୨ ମାର୍ଚ୍ଚ ୨୦୨୪ରେ ଗ୍ରାଣ୍ଡ ଫିନାଲେରେ ଶେଷ ହେବାକୁ ଥିବା ଏହି ଟ୍ରଫି ପାଇଁ ମଞ୍ଚ ପ୍ରସ୍ତୁତ ହୋଇଛି। ଏହି ସମ୍ମାନଜନକ ଟ୍ରଫି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦଳଗୁଡ଼ିକ ପଡ଼ିଆରେ ନିଜର ଦକ୍ଷତା ବଳରେ ଦର୍ଶକଙ୍କୁ ଆକର୍ଷିତ କରୁଛି।

ପଡ଼ିଆରେ ତୀବ୍ର ପ୍ରତିଯୋଗିତା ବ୍ୟତୀତ ଏସ୍ଆଇଆରଏସ୍ ଚାମ୍ପିୟନ୍ସ ଟ୍ରଫି ସିଜିନ୍-୩ ସ୍ବତନ୍ତ୍ର ପୁରସ୍କାର ସହ ଉତ୍କୃଷ୍ଟ ପ୍ରଦର୍ଶନ ଉପରେ ଗୁରୁତ୍ୱାରୋପ କରିବ। ଇମ୍ପାକ୍ଟ ପ୍ଲେୟାର ଅଫ୍ ଦି ସିରିଜ୍ ଠାରୁ ଆରମ୍ଭ କରି ବାଳକ ଓ ବାଳିକାଙ୍କ ମଧ୍ୟରେ ସର୍ବାଧିକ ସ୍କୋରର ଓ ଷ୍ଟାଣ୍ଡଆଉଟ୍ ପ୍ରଦର୍ଶନ କରିଥିବା ଏହି ଟୁର୍ଣ୍ଣାମେଣ୍ଟ ସବୁ ସ୍ତରରେ ଶ୍ରେଷ୍ଠତା ଓ କ୍ରୀଡ଼ାକୁ ପାଳନ କରିଥାଏ।

ନିଲାମ ସମାରୋହ ସମ୍ପର୍କରେ ଡ. ସିଲ୍ପି ସାହୁ କହିଛନ୍ତି, ସାଇ କାଲିଡୋସ୍କୋପ୍ ୨୦୨୪ର ତୃତୀୟ ସଂସ୍କରଣ ପାଇଁ ସିଆରଏସ୍ ଚାମ୍ପିୟନ୍ସ ଟ୍ରଫି ଫେରି ଆସିଥିବାରୁ ଆମେ ଆନନ୍ଦିତ। ଏହି ଟୁର୍ଣ୍ଣାମେଣ୍ଟରେ କ୍ରୀଡ଼ାମନୋଭାବ, ଅନ୍ତର୍ଭୁକ୍ତୀକରଣ ଏବଂ କ୍ରିକେଟ୍ ପ୍ରତି ଉତ୍ସାହର ପ୍ରତିଫଳନ ଦେଖିବାକୁ ମିଳୁଛି।

Leave A Reply

Your email address will not be published.