Latest Odisha News

BREAKING NEWS

ବାହାରିଲା ଓଏଏସ ରେଜଲ୍ଟ : ସୁଦେବ ପୃଷ୍ଟି ଟପ୍ପର

ଭୁବନେଶ୍ୱର:ବାହାରିଲା ଓଏଏସ ରେଜଲ୍ଟ । ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା-୨୦୨୨ରେ ଟପ୍ପର ହୋଇଛନ୍ତି ସୁଦେବ କୁମାର ପୃଷ୍ଟି । ପରୀକ୍ଷାରେ ମୋଟ ୪୩୨ ଜଣ କୃତକାର୍ଯ୍ୟ ହୋଇଥିବାବେଳେ ୧୬୪ ଜଣ ମହିଳା ଅଛନ୍ତି । ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୫ ଜଣ ପୁଅ ଥିବାବେଳେ ୫ ଜଣ ଝିଅ ମଧ୍ୟ ଅଛନ୍ତି । 

ଓଏଏସ ପରୀକ୍ଷାରେ ସୁଦେବ ଟପ୍ପର ହୋଇଥିବାବେଳେ  ୨ୟ ସ୍ଥାନରେ ଅଛନ୍ତି ସୁଚିସ୍ମିତା ପାଣିଗ୍ରାହୀ ଏବଂ ତୟ ସ୍ଥାନରେ ଅଛନ୍ତି  ପ୍ରଣବ ରଂଜନ ସାହୁ । ୪ର୍ଥ  ସ୍ଥାନରେ ବୈଶାଖୀ ଲେଙ୍କା, ୫ମରେ ଶେତାଲିନା ମାହାନା, ୬ଷ୍ଠରେ  ଅଗ୍ନିଜା ଶିବଦତ୍ତା । ସେହିପରି ୭ମରେ ଅଛନ୍ତି  ସନ୍ତୋଷ କୁମାର ପାତ୍ର, ୮ମରେ  ମୀମାଂସା ସାହୁ, ୯ମରେ ବିନ୍ଦୁ ବଳୟ ରାଉତରାୟ ଏବଂ  ଦଶମ ସ୍ଥାନରେ ଅଛନ୍ତି ସୌମ୍ୟରଂଜନ ମହାପାତ୍ର  ।

 

Leave A Reply

Your email address will not be published.