Latest Odisha News

BREAKING NEWS

ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କ ସହ ୧୩ ଜଣଙ୍କୁ ଆଜୀବନ ଜେଲ୍

ବ୍ରହ୍ମପୁର: ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍ । ଏକ ହତ୍ୟା ମାମଲାର ଶୁଣାଣି କରି ନାରାୟଣ ରେଡ୍ଡୀଙ୍କ ସହ ୧୩ ଜଣଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ଏଡିଜେ-୩ କୋର୍ଟ ।

୧୯୯୮ ମସିହାରେ ପୋଲିସ ଆର୍‌ଆଇ ହତ୍ୟା ମାମଲାରେ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି । ୧୯୯୮ ମସିହାରେ ସିନ୍ଧି ଗାଁରେ ଏକ ବୈଠକ ବେଳେ ବେଳେ ଗଣ୍ଡଗୋଳ ଓ ବୋମାମାଡ଼ ହୋଇଥିଲା । ଗଣ୍ଡଗୋଳ ଓ ମାରପିଟରେ ମୃତ୍ୟୁବରଣ କରିଥିଲେ ଆର୍‌ଆଇ ବିନୋଦ ମେହେର ।

ଆରଆଇଙ୍କୁ ହତ୍ୟା ନେଇ ନାରାୟଣ ରେଡ୍ଡୀଙ୍କ ସହ ୨୨ ଜଣଙ୍କ ନାଁରେ ମାମଲା ହୋଇଥିଲା । ଦୀର୍ଘ ୨୫ ବର୍ଷ ପରେ ମାମଲାର ଚୂଡ଼ାନ୍ତ ରାୟ ଆସିଥିବା ବେଳେ ଇତି ମଧ୍ୟରେ ୮ ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି । ଏବେ କୋର୍ଟ ସିପିଆଇ ନେତା ତଥା ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍ ଶୁଣାଇଛନ୍ତି କୋର୍ଟ ।

ଦଣ୍ଡାଦେଶ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନାରାୟଣ ରେଡ୍ଡୀ କହିଛନ୍ତି, ରାୟ ସରକାରଙ୍କ ଦ୍ବାରା ପ୍ରଭାବିତ । ସାଧାରଣ ଲୋକ, ଚାଷୀଙ୍କୁ ନ୍ୟାୟ ନାହିଁ, ଆମେ ମର୍ମାହତ । ରାୟ ବିରୋଧରେ ଉପର କୋର୍ଟକୁ ଯିବୁ ବୋଲି କହିଛନ୍ତି ନାରାୟଣ ରେଡ୍ଡୀ ।

Leave A Reply

Your email address will not be published.