Latest Odisha News

BREAKING NEWS

ଏସଡିଆଇପିଆରଓ ନିଯୁକ୍ତି ପରୀକ୍ଷାରେ ତ୍ରୁଟି ପ୍ରସଙ୍ଗ: ମିଳିବ ଗ୍ରେସ୍‌ ମାର୍କ

ଭୁବନେଶ୍ବର: ଏସଡିଆଇପିଆରଓ (ଓଆଇଏସ-୨) SDIPRO (OIS-II) ନିଯୁକ୍ତି ପରୀକ୍ଷାରେ ତ୍ରୁଟି ପ୍ରସଙ୍ଗ । ସମସ୍ତ ପରୀକ୍ଷାର୍ଥୀଙ୍କୁ ୬ ମାର୍କ ଗ୍ରେସ୍‌ ଦେବାକୁ ଓପିଏସସି (OPSC) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ପେପରରେ ୬ ମାର୍କ କମ୍ ଥିଲା । ୧୦୦ ମାର୍କ ବଦଳରେ ୯୪ ମାର୍କର ପ୍ରଶ୍ନ ଆସିଥିଲା ।

ଓଡ଼ିଶା ଲୋକସେବା ଆୟୋଗ (OPSC) ଓଡ଼ିଶା ସୂଚନା ସେବା (OIS-II) କ୍ୟାଡର ପାଇଁ ଉପ-ବିଭାଗୀୟ ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ (SDIPRO) ପରୀକ୍ଷା ପରିଚାଳନା କରିଥିଲା, ଯାହାର ଲିଖିତ ପରୀକ୍ଷା ୨୯ ଏବଂ ୩୦ ମାର୍ଚ୍ଚ, ୨୦୨୫ ରେ ଅନୁଷ୍ଠିତ ହୋଇଥିଲା ।

୩୯ ପଦବୀ ପାଇଁ ପାଖାପାଖି ୧୦୦୦ରୁ ଅଧିକ ଆଶାୟୀ ପରୀକ୍ଷା ଦେଇଥିଲେ ।

 

 

Comments are closed.