Latest Odisha News

BREAKING NEWS

OCS Preliminary Exam:ଓସିଏସ୍‌ ପ୍ରିଲିମ୍‌ନାରୀ ପରୀକ୍ଷା ଏହି ଦିନ ହେବ..ଆସନ୍ତା ୩୦ ତାରିଖରୁ ଆଡମିଟ୍ କାର୍ଡ ପାଇବେ ପ୍ରାର୍ଥୀ

କଟକ: ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ୍)-୨୦୨୬ର ପ୍ରାଥମିକ (ପ୍ରିଲିମନାରୀ) ପରୀକ୍ଷା ଆସନ୍ତା ଜୁନ୍ ୭ତାରିଖରେ ଅନୁଷ୍ଠିତ ହେବ । ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି ) ଦ୍ୱାରା ପରିଚାଳିତ ହୋଇଥାଏ ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା । ରାଜ୍ୟର ୬ଟି ଜୋନ ଯଥା କଟକ, ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, ଜୟପୁର ଏବଂ ସମ୍ବଲପୁରରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା କରାଯିବ ।

ସୂଚନାଥାଉକି, ଦୁଇଟି ପର୍ଯ୍ୟାୟରେ(ସିଟିଂ)ରେ ପରୀକ୍ଷା ହେବ । ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ପ୍ରଥମ ସିଟିଂରେ ଜେନେରାଲ୍ ଷ୍ଟଡିଜ ପେପର୍- ୧ ଓ ଅପରାହ୍ନ ସାଢ଼େ ୧ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଜେନେରାଲ ଷ୍ଟଡିଜ୍ ପେପର୍- ୨ ପରୀକ୍ଷା ହେବ । ପେପର୍-୧ ଶହେ ପ୍ରଶ୍ନ ବିଶିଷ୍ଟ ହୋଇଥିବାବେଳେ ପେପର୍-୨ରେ ୮୦ଟି ପ୍ରଶ୍ନ ରହିଛି ।

ଆସନ୍ତା ୩୦ ତାରିଖରୁ ଆଡମିଟ୍ କାର୍ଡ ପାଇପାରିବେ ବୋଲି ଓପିଏସସି ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ରହିଛି ।

Leave A Reply

Your email address will not be published.