Latest Odisha News

ଆସନ୍ତା ଦୁଇ ଘଣ୍ଟା କଟକ, ଭୁବନେଶ୍ୱରରେ ପ୍ରବଳ ବର୍ଷା; ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଆଇଏମଡି

ଭୁବନେଶ୍ୱର: ଆସନ୍ତା ତିନି ଘଣ୍ଟା ପାଇଁ ସତର୍କ ସୂଚନା ଜାରି କଲା ଭାରତୀୟ ପାଣିପାଗ ବିଭାଗ ଆଇଏମଡି  । ଗୁରୁବାର ମଧ୍ୟାହ୍ନରୁ ଅପରାହ୍ନ ୩ ଭିତରେ ଟ୍ୱିନ ସିଟି ଭୁବନେଶ୍ୱର, କଟକ ସମେତ ୧୫ ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡଘଡି ସହ ବର୍ଷା ହେବା ସମ୍ଭବନା ରହିଛି । ଏହି ସବୁ ଅଞ୍ଚଳ ପାଇଁ ଅରେଞ୍ଜ ୱର୍ଣ୍ଣିଂ ଜାରି କରିଛି ଆଇଏମଡି ।

ଏହି ଜିଲ୍ଲାଗୁଡିକ ହେଲା, ସୁନ୍ଦରଗଡ ଝାରସୁଗୁଡା, ସମ୍ବଲପୁର, ବରଗଡ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, କଟକ ଏବଂ ସୋନପୁର । ସେହିପରି ମେଟ କାର୍ଯ୍ୟାଳୟ ପକ୍ଷରୁ ଭଦ୍ରକ, କୋରାପୁଟ, ଅନଗୁଳ, ଢେଙ୍କାନାଳ, ମାଲକାନଗିରି, ଗଞ୍ଜାମ, କେନ୍ଦ୍ରାପଡା, ଜଗତସିଂହପୁର ଆଦି ଜିଲ୍ଲାକୁ ଆସନ୍ତା ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏ ସବୁ ଅଞ୍ଚଳରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କିଛି ଅଞ୍ଚଳରେ ଘଡଘଡି ବିଜୁଳି ମାରିପାରେ ।

ତେଣୁ ଲୋକଙ୍କୁ ଏହି ସମୟ ମଧ୍ୟରେ ଘରୁ ନ ବାହାରିବା ପାଇଁ କୁହାଯାଇଛି । ପାଣିପାଗକୁ ଦେଖି ଘରୁ ବାହାରିବା ଲାଗି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଅନ୍ୟପକ୍ଷେ ୧୮ ତାରିଖ ବଙ୍ଗୋପ ସାଗରରେ ଲଘୁଚାପ ସମ୍ଭାବନା ରହିଥିବାରୁ ରାଜ୍ୟରେ  ବର୍ଷା ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି ।

Comments are closed.