Latest Odisha News

BREAKING NEWS

କମଳା ରଙ୍ଗର କୁମ୍ଭୀର ଠାପ: ଦେଖିବାକୁ ବହୁତ ସୁନ୍ଦର, ବୈଜ୍ଞାନିକଙ୍କୁ କଲା ଆଶ୍ଚର୍ଯ୍ୟ

ନେପାଳ: ସାଧାରଣତଃ ଲୋକେ କୁମ୍ଭୀରକୁ ଦେଖିଲେ ଭୟ କରନ୍ତି । ଏମାନଙ୍କର ରୂପ ଏତେ ଭୟଙ୍କର ଯେ, ପାଖରେ କିମ୍ବା ଫଟୋରେ ଲୋକେ ଦେଖିଲେ ବି ଭୟ କରନ୍ତି । ଏମାନେ ସାଧାରଣତଃ ମାଟିଆ ରଙ୍ଗର ହୋଇଥାନ୍ତି । କିନ୍ତୁ ଏବେ ନେପାଳରେ କମଳା ରଙ୍ଗର କୁମ୍ଭୀର ଠାବ କରାଯାଇଛି, ଯାହା ଦେଖିବାକୁ ଖୁବ୍ ସୁନ୍ଦର ।

ଲାଇଭ ସାଇନ୍ସ ୱେବସାଇଟର ରିପୋର୍ଟ ଅନୁଯାୟୀ, ନେପାଳରେ ବ୍ରାଉନ୍ ରଙ୍ଗର କୁମ୍ଭୀର ବଦଳରେ କମଳା ରଙ୍ଗର କୁମ୍ଭୀର ଦୃଶ୍ୟମାନ ହୁଏ । ଏଠାକାର ମଧୁର ଜଳରେ କୁମ୍ଭୀରମାନେ କମଳା ରଙ୍ଗରେ ପରିଣତ ହୋଇଥାନ୍ତିି । ବୈଜ୍ଞାନିକମାନେ ମଧ୍ୟ ପରିବର୍ତ୍ତିତ ରଙ୍ଗ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେମାନେ ଏହାର କାରଣ ଖୋଜିବାକୁ ମଧ୍ୟ ଚେଷ୍ଟା କରି ସଫଳ ହୋଇଛନ୍ତି । ନେପାଳର ଚିତୱାନ୍ ଜାତୀୟ ଉଦ୍ୟାନରେ ଏହି କୁମ୍ଭୀରମାନେ ଠାବ ହୋଇଛନ୍ତି, ଯାହା ହିମାଳୟର ପାଦଦେଶରେ ସଂରକ୍ଷିତ ଅଞ୍ଚଳ ଅଟେ । ବୈଜ୍ଞାନିକମାନଙ୍କ କହିବା କଥା, ଅଧିକ ସୂର୍ଯ୍ୟ କିରଣ ହେତୁ ଏହି କୁମ୍ଭୀରମାନଙ୍କର ରଙ୍ଗ ପରିବର୍ତ୍ତନ ହେଉଛି । କିନ୍ତୁ ଆଉ କିଛି ଅନୁସନ୍ଧାନକାରୀ ଏହି କୁମ୍ଭୀରଗୁଡିକ ଉପରେ ଅନୁସନ୍ଧାନ କରି ଜାଣିବାକୁ ପାଇଲେ ଯେ ଏସବୁ ସୂର୍ଯ୍ୟ କିରଣ ନୁହେଁ, ବରଂ ଲୌହ କାରଣରୁ ।

ସଂରକ୍ଷିତ ବନଖଣ୍ଡରେ ଅନେକ ନଦୀ ଓ କେନାଲ ଅଛି, ଯେଉଁଥିରେ ଲୌହ ଅଂଶ ପରିମାଣ ବହୁତ ଅଧିକ । ଯେତେବେଳେ ଲୁହା ଅମ୍ଳଜାନ ସହିତ ମିଶିଯାଏ, ଏହା ଲୌହ ଅକ୍ସାଇଡ୍ ନାମକ ଏକ କମଳା ରଙ୍ଗର ପଦାର୍ଥ ସୃଷ୍ଟି କରେ । ସେହି କେନାଲରେ ଅଧିକ ସମୟ ରହୁଥିବା କୁମ୍ଭୀରମାନେ ଲୌହର ପ୍ରତିକ୍ରିୟା ହେତୁ ସେମାନଙ୍କ ଶରୀର କମଳା ରଙ୍ଗରେ ପରିଣତ ହୁଏ । ଏହି କମଳା ରଙ୍ଗ ଅସ୍ଥାୟୀ ଏବଂ ଶୀଘ୍ର ଚାଲିଯାଇଥାଏ ।

Comments are closed.