Latest Odisha News

BREAKING NEWS

ଓଡ଼ିଶାର ୧୬ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶାର ୧୬ଟି ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ସୂଚନା ଦେଇଛି।

ଏହି ସମୟ ମଧ୍ୟରେ ଅନୁଗୁଳ, କଟକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୂଆପଡ଼ା, ପୁରୀ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସହିତ ବଜ୍ରପାତ ହୋଇପାରେ। ଏହାବ୍ୟତୀତ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିବା ନେଇ ବିଭାଗ ଆକଳନ କରିଛି। ତେବେ ପାଣିପାଗ ସଂସ୍ଥା ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ସତର୍କତା ଜାରି କରିଛି।

ସେହିପରି ଗଜପତି, ରାୟଗଡ଼ା, କୋରାପୁଟ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନବରଙ୍ଗପୁର, ମୟୂରଭଞ୍ଜ ଏବଂ ଜଗତସିଂପୁରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସୋମବାର ସକାଳ ୮.୩୦ ପର୍ଯ୍ୟନ୍ତ ଝଡ଼ବର୍ଷା ସହ ବଜ୍ରପାତ ଏବଂ ପ୍ରବଳ ବର୍ଷା ନେଇ ହଳଦିଆ ସତର୍କତା ଜାରି କରିଛି ବିଭାଗ।

ମଧ୍ୟାହ୍ନ ବୁଲେଟିନ ଅନୁଯାୟୀ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର ଏବଂ ମାଲକାନଗିରିରେ ବର୍ଷା ଓ ଘଡଘଡି ସହ ପବନର ବେଗ ୩୦-୪୦ କିଲୋମିଟର ଯାଏଁ ପହଞ୍ଚିପାରେ।

 

Comments are closed.