Latest Odisha News

BREAKING NEWS

ହାଇକୋର୍ଟ ଜଜ୍‌ଙ୍କୁ ଆହ୍ଲାବାଦକୁ ବଦଳି

କଟକ: ଓଡ଼ିଶା ହାଇକୋର୍ଟ ଜଜ୍‌ଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି । ବିଚାରପତି ଜଷ୍ଟିସ୍ ଅରିନ୍ଦମ ସିହ୍ନାଙ୍କୁ ଆହ୍ଲାବାଦକୁ ବଦଳି କରାଯାଇଛି । ଏନେଇ ଆଇନ୍ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ଜାନୁୟାରୀ ୨୦ରେ ଓଡିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଶପଥ ନେଇଥିଲେ ଜଷ୍ଟିସ୍ ଅରିନ୍ଦମ ସିହ୍ନା ।

ଜଷ୍ଟିସ ଅରିନ୍ଦମ ସିହ୍ନା ପଶ୍ଚିମବଙ୍ଗରେ ୧୯୬୫ ସେପ୍ଟେମ୍ବର ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଆଇନ ଶିକ୍ଷା ଶେଷ କରିବା ପରେ ୧୯୯୧ ମାର୍ଚ୍ଚ ୧୧ ତାରିଖରେ ଆଇନଜୀବୀ ଭାବେ ନାମ ପଞ୍ଜିକରଣ କରିଥିଲେ । ୨୦୧୬ ମାର୍ଚ୍ଚ ୧୪ ତାରିଖରେ କଲିକତା ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବେ ଶପଥ ନେଇଥିଲେ ଜଷ୍ଟିସ ଅରିନ୍ଦମ ସିହ୍ନା ।

ଏହାପରେ ୨୦୨୧ରେ ତାଙ୍କୁ ଓଡିଶା ହାଇକୋର୍ଟକୁ ବଦଳି କରାଯାଇଥିଲା । ୨୦୨୧ ଅକ୍ଟୋବର ୮ରେ ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରି ସେବେଠାରୁ କାର୍ଯ୍ୟ କରି ଆସୁଛନ୍ତି ସିହ୍ନା । ଓଡିଶାରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଛନ୍ତି ଜଷ୍ଟିସ ଅରିନ୍ଦମ ସିହ୍ନା ।

Comments are closed.