Latest Odisha News

BREAKING NEWS

ପୂଜା ବୁଲିବାକୁ ଯାଉଥିଲେ ରାଜଧାନୀବାସୀଙ୍କ ଘର ଉପରେ ନଜର ରଖିବ ପୋଲିସ

ଭୁବନେଶ୍ବର : ପାର୍ବଣରେ ଦିନକୁ ଦିନ ଅପରାଧୀଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି  । ପ୍ରତିଦିନ ଚୋରି , ଡକାୟତି ଭଳି ଘଟଣା ସାମ୍ନାକୁ ଆସୁଛି । ଅପରାଧୀଙ୍କୁ ଧରିବା ଯେପରି ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଚ ପାଲଟିଛି । ଅପରାଧୀଙ୍କ ଦମନ ପାଇଁ ପୋଲିସ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି  । ବିଳମ୍ବିତ ରାତି ପର୍ଯ୍ୟନ୍ତ ସହରକୁ ନାକାବନ୍ଦୀ କରାଯାଉଛି । ତେବେ ପୂଜା ଆସୁଥିବାରୁ ଲୋକମାନେ ଘର ଛାଡ଼ି ପୂଜା ପେଣ୍ଡାଲ ବୁଲିବାକୁ ଯିବେ, ଏହାର ସୁଯୋଗ ନେଇ ଚୋରମାନେ ଯେକୌଣସି ମୁହୁର୍ତ୍ତରେ ଘରେ ପଶି କଳାକନା ବୁଲାଇପାରନ୍ତି ।

ଏହାକୁ ଆଖି ଆଗରେ ରଖି ପୋଲିସ କହିଛି, ପୂଜା ବୁଲିବାକୁ ଯାଉଥିଲେ ରାଜଧାନୀରେ ଲୋକଙ୍କ ଘର ଉପରେ ପୋଲିସ ନଜର ରଖିବ  । ଭୁବନେଶ୍ବର ୨ ନଂ ଜୋନ୍ ଏସିପି ଗିରିଜା ଚକ୍ରବର୍ତ୍ତୀ ଏହି ସୂଚନା ଦେଇଛନ୍ତି । ଆପଣ ମାନେ ପୂଜା ବୁଲିବାକୁ ଯାଉଥିଲେ ଘରକୁ ଭଲ ଭାବରେ ତାଲା ପକାନ୍ତୁ । ପାଖ ପଡୋଶୀଙ୍କୁ ମଧ୍ୟ ଟିକିଏ କହିଦେଇ ଯାଆନ୍ତୁ । ଲୋକାଲ୍ ଥାନା ପୋଲିସକୁ ମଧ୍ୟ ଟିକିଏ ଜଣାଇ ଦିଅନ୍ତୁ । ଏହାଦ୍ବାରା ଆମେ ସମ୍ପୃକ୍ତ ଅଞ୍ଚଳରେ ଅଧିକ ପିସିଆର ବୁଲାଇବୁ  ।

Leave A Reply

Your email address will not be published.