Latest Odisha News

ଛାତ୍ର ବୃତ୍ତି ପ୍ରଦାନରେ ରାଜ୍ୟ ସରକାରଙ୍କ ବିଳମ୍ବ ପ୍ରକ୍ରିୟା ଚିନ୍ତାଜନକ: ଜୁଏଲ ଓରାମ

ଭୁବନେଶ୍ୱର: ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର ସାଙ୍ଗଠନିକ ବୈଠକ ଅନୁଷ୍ଠିତ । ରାଜ୍ୟ କାର୍ଯ୍ୟାଳୟ ଠାରେ ଆଜି ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ଡଃ. ବିଭୂ ପ୍ରସାଦ ତରାଇଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥିଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଯୋଗଦେଇ, ବିସ୍ତୃତ ଭାବରେ ଅନୁସୂଚିତ ଜାତି ମୋର୍ଚ୍ଚାର ସାଂଗଠନିକ ଉପରେ ଏବଂ ଅନୁସୂଚିତ ଜାତି ମୋର୍ଚ୍ଚାର ନାର୍ଯ୍ୟ ଅଧିକାର ଉପରେ ଆଲୋଚନା କରିଥିଲେ।

ସେ କହିଥିଲେଯେ, ଓଡିଶା ରାଜ୍ୟର ସମୁଦାୟ ଜନସଂଖ୍ୟାର ପ୍ରାୟ କୋଡିଏ ପ୍ରତିଶତ ଅନୁସୂଚିତ ଜାତି ବର୍ଗର। ଭାରତୀୟ ସମ୍ବିଧାନ ଅନୁସୂଚିତ ଜାତି ବର୍ଗଙ୍କୁ ସମାଜରେ ସେମାନଙ୍କ ଅଧିକାରକୁ ନେଇ ବିଭିନ୍ନ ଧାରାରେ ତାଙ୍କ ପାଇଁ ଶିକ୍ଷା, ନିଯୁକ୍ତି ଓ ରାଜନୈତିକ କ୍ଷେତ୍ରରେ ସଂରକ୍ଷଣ ଦେବା ପାଇଁ ବିଭିନ୍ନ ଅବସର ସୃଷ୍ଟି କରିଛନ୍ତି। ରାଜ୍ୟରେ କୌଣସି ଗୋଟିଏ କ୍ଷେତ୍ରରେ ଏହି ସଂରକ୍ଷଣର ଶତ ପ୍ରତିଶତ ସୁବିଧା ସୁଯୋଗ ଅନୁସୂଚିତ ବର୍ଗକୁ ଦିଆଯାଇନାହିଁ। ରାଜ୍ୟରେ ଅନୁସୂଚିତ ଜାତି ବର୍ଗର ବିକାଶ ଓ ସମସ୍ୟା ସମାଧାନ ନିମନ୍ତେ ରାଜ୍ୟ ସରକାରଙ୍କ ଏସସି ଆଡଭାଇସରି କମିଟିର ବୈଠକ ଆଦୌ ବସୁନାହିଁ ଦୀର୍ଘ ଦିନ ଧରି ରାଜ୍ୟରେ ଅନୁସୂଚିତ ବର୍ଗର ଲୋକମାନଙ୍କ ସମସ୍ୟା ସମାଧାନ ଓ ବିକାଶ ପାଇଁ ରାଜ୍ୟ ସରକାର ଆଦୌ ଆଗ୍ରହି ନୁହଁନ୍ତି । ସେହିପରି ଅନୁସୂଚିତ ଛାତ୍ରବୃତି ପ୍ରଦାନରେ ରାଜ୍ୟ ସରକାର ବହୁ ବିଳମ୍ବ କରୁଛନ୍ତି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି।

ଅନ୍ୟପଟେ ଏହି ବୈଠକରେ ମୋର୍ଚ୍ଚାର ରାଜ୍ୟ ସଭାପତି ଡଃ ତରାଇ ନୂତନ କର୍ମକର୍ତ୍ତାଙ୍କୁ ସ୍ୱାଗତ କରିଥିଲେ ଏବଂ ସାଙ୍ଗଠନିକ ଚର୍ଚ୍ଚା, ବିଶ୍ୱକର୍ମା ଯୋଜନା ଓ ବସ୍ତି ସମ୍ପର୍କ ଉପରେ ଆଲୋଚନା କରିଥିଲେ। ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ କୁମାର ମହାନ୍ତି ମୋର୍ଚ୍ଚାର କାର୍ଯ୍ୟାବଳୀ ଏବଂ ଆଗାମୀ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ଡଃ. ରବି ନାରାୟଣ ବେହେରା ଅତିଥିମାନଙ୍କ ପରିଚୟ କରିବା ସହ ଆଗାମୀ ଦିନରେ ମୋର୍ଚ୍ଚାର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ।

ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ବିଭିନ୍ନ କାର୍ଯ୍ୟକ୍ରମର ଶୈଳୀ ଏବଂ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ବ୍ୟବହାର ପ୍ରଚାର ପ୍ରସାର ଉପରେ ଆଲୋକପାତ କରାଇଥିଲେ। ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ଚନ୍ଦନ ସୌରାଜ ନୂଆ ମୋର୍ଚ୍ଚାର ପଦାଧିକାରୀ ଓ ଅନ୍ୟମାନଙ୍କର ଦାୟିତ୍ୱ ବଣ୍ଟନ ଉପରେ ଅବଗତ କରାଇଥିଲେ। ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ଉପସଭାପତି ମନିଜର ଧ୍ୟାର୍ଯ୍ୟ ବିଭିନ୍ନ ଜିଲ୍ଲାରୁ ଆସୁଥିବା କାର୍ଯ୍ୟକର୍ତ୍ତାମାନଙ୍କର ରିପୋର୍ଟିଂ ନେଇଥିଲେ। ଶେଷରେ ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ଉପସଭାପତି ସ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.