କଟକ: ଏକ ଅପହରଣ ମାମଲାରେ ଜଣେ ଅଭିଯୁକ୍ତଙ୍କୁ ତିନି ମାସ ମଧ୍ୟରେ ୧୦୦ଟି ଗଛ ଲଗାଇବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୁକ୍ତ ସୁଭ୍ରାଂଶୁ ପ୍ରଧାନଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ସମୟରେ ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହି ଏହି ନିର୍ଦ୍ଦେଶ ଦେଇଛନ୍ତି।
ଏପରିକି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅଭିଯୁକ୍ତମାନେ ବୃକ୍ଷ ରୋପଣ କରିଛନ୍ତି କି ନାହିଁ, ସେନେଇ ଯାଞ୍ଚ କରି ଏକ ରିପୋର୍ଟ ଦାଖଲ କରିବାକୁ ବିଚାରପତି ତଦନ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଖବର ଅନୁଯାୟୀ, ବୋୖଦ୍ଧ ବାସିନ୍ଦା ସୁଭ୍ରାଂଶୁ ଜଣେ ଝିଅକୁ ଏକତରଫା ପ୍ରେମ କରୁଥିଲେ। ସେ ଗତ ଜାନୁଆରୀ ୩୧ ତାରିଖରେ ସେହି ଝିଅକୁ ଅପହରଣ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ପରେ ସମ୍ପୃକ୍ତ ଝିଅର ପରିବାର ଏନେଇ ତା ବିରୋଧରେ ଅଭିଯୋଗ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା।
ପରବର୍ତ୍ତୀ ସମୟରେ ଉକ୍ତ ଅଭିଯୁକ୍ତ ଜଣକ ଜାମିନ ପାଇଁ ହାଇକୋର୍ଟକୁ ଯାଇଥିଲେ।
Comments are closed.