Latest Odisha News

BREAKING NEWS

ଏଏସ୍ଓ ନିଯୁକ୍ତିରେ ଅନିୟମିତତା: ଓପିଏସ୍‌ସିର ମେରିଟ୍ ଲିଷ୍ଟ୍ ଖାରଜ କଲେ ହାଇକୋର୍ଟ

କଟକ: ଏଏସ୍‌ଓ ପରୀକ୍ଷାରେ ଅନିୟମିତତା ନେଇ ଆଜି ଓଡ଼ିଶା ହାଇକୋର୍ଟରେ ମାମଲାର ଶୁଣାଣି ହୋଇଛି। ଏଥିରେ ଓପିଏସ୍‌ସିର ମେରିଟ୍ ଲିଷ୍ଟ୍ ଖାରଜ କରିଛନ୍ତି ହାଇକୋର୍ଟ। ଏଥିସହିତ ୨ ମାସ ମଧ୍ୟରେ ପୁଣିଥରେ ମେରିଟ୍ ଲିଷ୍ଟ୍ ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଲିଖିତ ପରୀକ୍ଷାରେ ପରୀକ୍ଷାର୍ଥୀ ହାସଲ କରିଥିବା ମୋଟ୍ ମାର୍କକୁ ଆଧାର କରି ପୁନଃ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗତ ବର୍ଷ ଅଗଷ୍ଟ ମାସରେ ୭୯୬ଟି ASO ପଦବୀ ପାଇଁ ମୋଟ ୧ଲକ୍ଷ ୪୮ହଜାର ୮୮୮ ପ୍ରାର୍ଥୀ ଲିଖିତ ପରୀକ୍ଷା ଦେଇଥିଲେ। ସେଥିରୁ ଲିଖିତ ପରୀକ୍ଷାରେ ୧୧ଶହ ୪ଜଣ ପରିକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିଲେ। ଯାହା ଖାଲିଥିବା ପଦବୀର ଦେଢଗୁଣ।

ତେବେ ପରୀକ୍ଷାଫଳ ଆସିବା ପରେ ପରିକ୍ଷାର୍ଥୀ ଅସନ୍ତୋଷ ପ୍ରକାଶ କରି ଓପିଏସସି ନିକଟରେ ଅଭିଯୋଗ କରିଥିଲେ । ସ୍ୱଚ୍ଛତାର ସହ ପରୀକ୍ଷା କରାଯାଇଥିବା ନେଇ ଓପିଏସସି ଅଧ୍ୟକ୍ଷ କହିବା ପରେ ହାଇକୋର୍ଟଙ୍କ ନିକଟରେ ଗୁହାରି କରିଥିଲେ ପରୀକ୍ଷାର୍ଥୀ । ଗତବର୍ଷ ନଭେମ୍ବର ମାସରେ କୋର୍ଟ ମାମଲାର ଶୁଣାଣି କରି ଓପିଏସ୍‌ସି ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ରାୟ ସଂରକ୍ଷିତ ରଖିଥିଲେ।

Leave A Reply

Your email address will not be published.