Latest Odisha News

BREAKING NEWS

ଖୋଲୁଛି ୱାଙ୍ଖଡେଙ୍କ ଦୁର୍ନୀତି ପେଡି; ତଦନ୍ତ ବେଳେ ହୋଇଥିବା ଅନିୟମିତତାର ଖୁଲାସା କଲା ଏନ୍‌ସିବି

ମୁମ୍ବାଇ: କୋର୍ଡେଲିଆ କ୍ରୁସ ଶିପ୍ ଡ୍ରଗ୍ସ ମାମଲାରେ ବଲିଉଡ୍ ଅଭିନେତା ଶାହରୁଖ କାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌ଙ୍କୁ ଗିରଫ କରିଥିବା ପୂର୍ବତନ ମୁମ୍ବାଇ ଜୋନ୍‌ ଏନ୍‌ସିବି ମୁଖ୍ୟ ସମୀର ୱାଙ୍ଖଡ଼େଙ୍କ ଦୁର୍ନୀତିର ପେଡ଼ି ଖୋଲିବାରେ ଲାଗିଛି। ଆର୍ଯ୍ୟାନଙ୍କୁ ଛାଡ଼ି ଦେବା ପାଇଁ ୨୫ କୋଟି ଲାଞ୍ଚ ମାଗିବା ଅଭିଯୋଗରେ ତଦନ୍ତ କରୁଥିବା ସିବିଆଇ ରିପୋର୍ଟକୁ ଆଧାର କରି ଏନ୍‌ସିବିର ସେଟ୍ ଯେଉଁ ରିପୋର୍ଟ ଦେଇଛି ତାହା ୱାଙ୍ଖଡ଼େଙ୍କୁ ଅଡ଼ୁଆରେ ପକାଇଛି।

ଏନ୍‌ସିବିର ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ସେଟ୍) ଡିଜି ଗଣେଶ୍ୱର ସିଂହଙ୍କ ନେତୃତ୍ୱରେ ମାମଲାର ତଦନ୍ତ କରୁଛି। ସମୀର ୱାଙ୍ଖଡ଼େ କିଭଳି ତଦନ୍ତରେ ଦୂରୁପଯୋଗ, ଦୁର୍ନୀତି, ଓ ସିଭିଲ ସର୍ଭିସ୍‌ ନିୟମର ଉଲ୍ଲଂଘନ କରିଛନ୍ତି ସେ ନେଇ ଏହି ଟିମ୍‌ ଖୁଲାସା କରିଛି।

ଏଗୁଡ଼ିକ ମଧ୍ୟରୁ-

ଅଭିଯୁକ୍ତ ତାଲିକାରେ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ କରାଯାଇଛି। ଅନ୍ୟ ସନ୍ଦିଗ୍ଧ ନାଁ ହଟାଇ ଶେଷରେ ଆର୍ଯ୍ୟନ ଖାନ ଓ ଅର୍ବାଜ ମର୍ଚ୍ଚାଣ୍ଟର ନାଁ ଲେଖାଯାଇଥିଲା। ସେହିପରି ଘଟଣା ସ୍ଥଳରେ କଣ ସବୁ ଜବତ ହେଲେ ତାର କୌଣସି ରେକର୍ଡ ମେଣ୍ଟେନ୍ କରାଯାଇ ନାହିଁ। କେଉଁସବୁ ମୂଲ୍ୟବାନ ଜିନିଷ ଜବତ କରାଗଲା ତାର ରେକର୍ଡ ମଧ୍ୟ ନାହିଁ। ଏନ୍‌ସିବି ଅଫିସରମାନେ ବିନା କୌଣସି ଡକ୍ୟୁମେଣ୍ଟରେ ସେଗୁଡ଼ିକ ହଡ଼ପ କରିଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।

କର୍ଡେଲିଆ କ୍ରୁସ୍ ସିପ୍‌ରେ ଡ୍ରଗ୍ସ ସପ୍ଲାଏ କରିଥିବା ସିଦ୍ଧାର୍ଥ ଶାହକୁ ଛାଡ଼ି ଦିଆଯାଇଥିଲା। ମୋବାଇଲ୍ ଚାଟ୍‌ରେ ସେ ଡ୍ରଗ୍ସସ ସପ୍ଲାଏ କରିଥିବା ପ୍ରମାଣ ଥିବା ସତ୍ତ୍ୱେ ବି ସିଦ୍ଧାର୍ଥଙ୍କୁ ଛାଡ଼ି ଦେବା ସନ୍ଦେହ ସୃଷ୍ଟି କରିଥିଲା ସେହିପରି ଆଉ ଏକ ଅଭିଯୁକ୍ତ ସୌମ୍ୟା ସିଂହଙ୍କ ବ୍ୟାଗ୍‌ରୁ  ଡ୍ରଗ୍ସ ରୋଲିଂ ପେପର ବାହାରିଥିଲେ ବି ତାକୁ ଛାଡ଼ି ଦିଆଯାଇଥିଲା।

ତଦନ୍ତ ବେଳେ ସିସିଟିଭି ଫୁଟେଜ୍‌ରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ମୁମ୍ବାଇ ଏନ୍‌ସିବି ଅଫିସ୍‌ରେ ସିସିଟିଭ୍ ଫୁଟେଜ୍ ଆଣି ତଦାରଖ କରିବା ପରେ ଜଣାପଡ଼ିଥିଲା। ମୁମ୍ବାଇ ଅଫିସର ପକ୍ଷରୁ ଯେଉଁ ଡିଭିଆର୍ ଓ ହାର୍ଡ ଡିକ୍ସ ଦିଆଯାଇଥିଲା ତାହା ଅଲଗା ଥିଲା।

ଆର୍ଯ୍ୟନ ଖାନ ଓ ଅର୍ବାଜ ମାର୍ଚ୍ଚାଣ୍ଟକୁ ସରକାରୀ ଗାଡ଼ିରେ ନ ଆଣି କେପି ଗୋସାଭୀ ନାମକ ଜଣେ ବ୍ୟକ୍ତିଙ୍କର ଗାଡ଼ିରେ ଅଣାଯାଇଥିଲା। ଜାଣିଶୁଣି ସମୀର ୱାଙ୍ଖେଡେ ସବୁ କିଛିରେ ବୁଝାମଣା କରି କିରଣ ଗୋସାଭିଙ୍କୁ ଆର୍ଯ୍ୟନଙ୍କ ପାଖକୁ ଯିବାକୁ ଅନୁମତି ଦେଇଥିଲ ହୋଲି ଏନ୍‌ସିବି ରିପୋର୍ଟରେ କହିଛି।

ଏନ୍‌ସିବି ତା ରିପୋର୍ଟରେ ଦର୍ଶାଇଛି ଯେ ୨୦୧୭ ଠାରୁ ୨୦୨୧ ମଧ୍ୟରେ ସମୀର ୱାଙ୍ଖେଡେ ପରିବାର ଲୋକଙ୍କ ସହ ୬ ଥର ବିଦେଶ ଯାଇଛନ୍ତି। ବ୍ରିଟେନ, ଆୟର୍ଲ୍ୟାଣ୍ଡ, ପର୍ତ୍ତୁଗାଲ, ଦକ୍ଷିଣ ଆଫ୍ରିକା ଓ ମାଳଦ୍ୱୀପରେ ସେମାନେ ୫୫ ଦିନ ରହିଛନ୍ତି। ଏହି ସମୟରେ ସେ ମାତ୍ର ୮.୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ସେ ମିଛ ତଥ୍ୟ ଦେଇଛନ୍ତି ବୋଲି ଏନ୍‌ସିବି ରିପୋର୍ଟରେ କୁହାଯାଇଛି। ତେବେ ସମୀର ଯେଉଁ ଖର୍ଚ୍ଚର ହିସାବ ଦେଇଛନ୍ତି ସେଥିରେ କେବଳ ବିମାନ ଖର୍ଚ୍ଚ ହିଁ ଭରଣା କରାଯାଇ ପାରିବ। ତେଣୁ ସେ ଭୁଲ ତଥ୍ୟ ଦେଇଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି।

ସେହିପରି ନିଜ ଆୟକୁ ନେଇ ମଧ୍ୟ ତଥ୍ୟ ଲୁଚାଇଛନ୍ତି ସମୀର ୱାଙ୍ଖଡ଼େ। ତାଙ୍କ ଆୟ ତୁଳନାରେ ଅଧିକ ପରିମାଣର ସମ୍ପତ୍ତି ସହ ଦାମୀ ଘଣ୍ଟା ସବୁ କିଣିଛନ୍ତି। ତାଙ୍କର ଗୋଟିଏ ରୋଲେକ୍ସ ଘଣ୍ଟାର ଦାମ ୨୨ ଲକ୍ଷ ଟଙ୍କା ହୋଇଥିବା ବେଳେ ସମୀର ୧୭ ଲକ୍ଷ ଟଙ୍କା ଦେଇ କିଣିଥିଲେ ବୋଲି କହିଛନ୍ତି। ମୁମ୍ବାଇରେ ତାଙ୍କର ୪ଟି ଫ୍ଲାଟ ଥିବା ବେଳେ ୱାଶିମରେ ୪୧,୬୮୮ ଏକର ଜମି ରହିଥିବା ରିପୋର୍ଟରେ ଖୁଲାସା ହୋଇଛି।

ତଦନ୍ତତ ଏଜେନ୍ସିଙ୍କୁ ସମୀର ଦେଇଥିବା ସୂଚନା ଅନୁସାରେ, ଗୋରେଗାଓଁରେ ଥିବା ୫ମ ଫ୍ଲାଟରେ ସେ ୮୨.୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହାର ମୂଲ୍ୟ ୨.୪୫ କୋଟି ଟଙ୍କା ହେବ। ବାହାଘର ପୂର୍ବରୁ ସମୀର ଓ ତାଙ୍କ ପତ୍ନୀ ୧.୨୫ କୋଟି ଟଙ୍କା ଦେଇ ଗୋଟିଏ ଫ୍ଲାଟ କିଣିଥିଲେ। ହେଲେ ଏହି ଟଙ୍କା କେଉଁଠୁ ଆସିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ସମୀର ୱାଙ୍ଖେଡେ ଓ ତାଙ୍କ ପତ୍ନୀ ଦାଖଲ କରିଥିବା ଆୟକର ରିଟର୍ଣ୍ଣରେ ଦର୍ଶାଇଛନ୍ତି ଯେ ସେମାନଙ୍କ ବାର୍ଷିକ ଆୟ ୪୫,୬୧,୪୬୦ ଟଙ୍କା ଆୟ କରନ୍ତି। ତେବେ ବିଦେଶ ଗସ୍ତ ଓ ଅନ୍ୟ ସମ୍ପତ୍ତି କିଣିବା ପାଇଁ ଟଙ୍କା  କେଉଁଠୁ ଆସିଲା ସେ ନେଇ କୌଣସି ତଥ୍ୟ ଦିଆଯାଇ ନାହିଁ ବୋଲି ଏସନ୍‌ସିବିର ସେଟ୍‌ ତଦନ୍ତ କରି ରିପୋର୍ଟ ଦେଇଛି।

Leave A Reply

Your email address will not be published.