Latest Odisha News

BREAKING NEWS

କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ ନ’କରିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଓଡ଼ିଶା ହାଇକୋର୍ଟ ଶନିବାର ଦିନ କରୋନା ରୋଗୀଙ୍କ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ରାଜ୍ୟର କୌଣସି କରୋନା ରୋଗୀ କିମ୍ବା ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ ନକରିବାକୁ ।

“ରାଜ୍ୟର ବିଭାଗୀୟ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ଅଧିନରେ ଥିବା କୌଣସି କୋଭିଡ଼-୧୯ ହସ୍ପିଟାଲ ବା ଘରୋଇ ହସ୍ପିଟାଲରେ ଅଥବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ଚିକିତ୍ସିତ ହେଉଥିବା/ ରହିଥିବା କରୋନା ରୋଗୀ କିମ୍ବା ସଂଦିଗ୍ଧ କରୋନା ଆକ୍ରାନ୍ତଙ୍କ ପରିଚୟ ସର୍ବସାଧାରଣରେ ପ୍ରଘଟ କରିବେ ନାହିଁ । ଏପରିକି ସୋସିଆଲ୍ ମିଡ଼ିଆ କିମ୍ବା ଗଣମାଧ୍ୟମରେ ଏପରିକି ବିଭାଗ ମଧ୍ୟରେ ଏହି ରୋଗୀ/ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ କରିବେ ନାହିଁ ।” ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଏବଂ ଜଷ୍ଟିସ୍ ବି ଆର୍ ଷଡ଼ଙ୍ଗୀଙ୍କ ଏକ ଖଣ୍ଡପୀଠ ଏହି ନିର୍ଦ୍ଦେଶ ସରକାରଙ୍କୁ ଦେଇଛନ୍ତି ।

ଅଧିକ ପଢନ୍ତୁ: ଓଡ଼ିଶାରେ ୯୬ ନୂଆ କରୋନା ପଜିଟିଭ, ୧୮୦୦ ଟପିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ଏଠାରେ ସୂଚନାଯୋଗ୍ୟ, ରାଜ୍ୟରେ କୋଭିଡ୍ ରୋଗୀଙ୍କ ପରିଚୟ ପ୍ରଘଟ ନକରିବା ଏବଂ ଯେଉଁମାନେ କରୋନା ରୋଗୀଙ୍କ ପରିଚୟ ପ୍ରଘଟ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆଡ଼ଭୋକେଟ୍ ଅନଙ୍ଗ କୁମାର ଓତା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ।

ଏପରିକି ପିଟିସନର୍ ହିମାଚଳ ପ୍ରଦେଶରେ କିପରି ଜଣେ କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ ହେବାରୁ ସେ କିପରି ଫାଶି ଦେଇ ଆତ୍ମହତ୍ୟା କରିଛନ୍ତି ତାହାର ମଧ୍ୟ ଉଲ୍ଲେଖ କରିଥିଲେ ।

Comments are closed.