Latest Odisha News

ଭୁବନେଶ୍ୱରରେ ପହଞ୍ଚିଲା ଚିକାଗୋରୁ ୧୩୭ ଯାତ୍ରୀଙ୍କୁ ଧରି ଆସୁଥିବା ବିମାନ

ଭୁବନେଶ୍ୱର: ଚିକାଗୋରୁ ପ୍ରାୟ ୧୩୭ ଯାତ୍ରୀଙ୍କୁ ଧରି ଏକ ସ୍ୱତନ୍ତ୍ର ଏୟାର ଇଣ୍ଡିଆର ବିମାନ ଶନିବାର ସକାଳେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି।

୧୩୭ ଜଣ ଯାତ୍ରୀଙ୍କୁ ନେଇ ବିମାନଟି ସକାଳ ପ୍ରାୟ ୪ଟା ୩୦ମି. ସମୟରେ ବିମାନବନ୍ଦରରେ ଅବତରଣ କରିଥିଲା। ପରେ ସକାଳ ୬ଟା ୩୦ରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା।

ବିମାନବନ୍ଦରରେ ସମସ୍ତ ଯାତ୍ରୀ ପହଞ୍ଚିବା ପରେ ସେମାନଙ୍କର କରୋନା ସ୍କ୍ରିନିଂ କରାଯାଇଥିଲା। ଏଥିସହିତ ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏୟାରପୋର୍ଟରେ କୋଭିଡ-୧୯ ସମ୍ପର୍କିତ ସାମାଜିକ ଦୂରତା, ସାନିଟାଇଜେସନ୍ ଏବଂ ଅନ୍ୟାନ୍ୟ ନିର୍ଦ୍ଦେଶାବଳୀ ପାଳନ କରାଯାଇଥିଲା।

Leave A Reply

Your email address will not be published.